ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କରୋନା ଭାଇରସ୍ ଲକଡାଉନ ସମୟରେ କ୍ୟାନ୍ସଲ ହୋଇଥିବା ଫ୍ଲାଇଟ ଟିକେଟର ପୂରା ଟଙ୍କା କରାଯିବ ଫେରସ୍ତ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। କରୋନା ଭାଇରସ୍ ଲକଡାଉନ କାରଣରୁ କ୍ୟାନ୍ସଲ ହୋଇଥିବା ଫ୍ଲାଇଟ୍ ଟିକେଟ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ। ନାଗର ବିମାନନ ମହାନିର୍ଦ୍ଦେଶାଳୟ ସୁପ୍ରିମ କୋର୍ଟର ଜଣାଇଛନ୍ତି ଯେ ବିମାନ କମ୍ପାନୀ ଟିକେଟର ପୂରା ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ। ବୁଧବାର ସୁପ୍ରିମକୋର୍ଟରେ ଏହି ମାମଲା ଉପରେ ଶୁଣାଣୀ ହୋଇଛି।
କୋର୍ଟର ଶୁଣାଣୀ ବେଳେ ଏହା ଘରୋଇ ଏୟାରଲାଇନ୍ସ ପାଇଁ ଏହଳ ଜଣାଯାଇଛି ଯେ ଯଦି ଟିକେଟ ସିଧାସଳଖ ଏୟାରଲାଇନ୍ସ ସହିତ କିମ୍ବା ଏଜେଣ୍ଟ ମାଧ୍ୟମରେ ପ୍ରଥମ ଲକଡାଉନ ଅବଧି ସମୟରେ ଯାତ୍ରା ପାଇଁ ପ୍ରଥମ ଏବଂ ଦ୍ୱିତୀୟ ଉଭୟ ଅବଧିରେ କରିଥିଲେ, ତେବେ ସେମାନଙ୍କୁ ଏୟାରଲାଇନ ଦ୍ୱାରା ତୁରନ୍ତ ପୂରା ଟଙ୍କା ଫେରାଇ ଦିଆଯିବ।
କେନ୍ଦ୍ର ନିଜ ପ୍ରସ୍ତାବରେ ଜଣାଇଛି ଯେ ଲକଡାଉନ ସମୟରେ ବୁକ କରାଯାଇଥିବା ଟିକେଟ ପାଇଁ ଏୟାରଲାଇନ୍ସ ଦ୍ୱାରା ୧୫ ଦିନ ଭିତରେ ପୂରା ଟଙ୍କା ଫେରସ୍ତ କରାଯିବା ଉଚିତ। ସେହିପରି ଯଦି କୌଣସି ଏୟାରଲାଇନ୍ସ ଆର୍ଥିକ ସଂକଟ ଭିତରେ ଅଛନ୍ତି ସେମାନେ ୩୧ ମାର୍ଚ୍ଚ, ୨୦୨୧ ଭିତରେ ଫେରାଇ ଦେବା ଉଚିତ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିମାନ କମ୍ପାନୀ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବରେ ଅସନ୍ତୁଷ୍ଟ ପ୍ରକାଶ କରିଛି। ତେବେ ଏହି ମାମଲାରେ ଆଗାମୀ ଶୁଣାଣୀ ୨୩ ସେପ୍ଟେମ୍ବରରେ ପୁଣି ହେବ।