ଜାତିବାଦ ବିବାଦରେ ଏୟାରଟେଲ୍ :  ଗ୍ରାହକଙ୍କୁ ହିନ୍ଦୁ ପ୍ରତିନିଧି ଦେଇ ଫସିଲା ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ

ନୂଆଦିଲ୍ଲୀ : ସବୁବେଳେ ପ୍ଲାନ୍ ଏବଂ ସ୍କିମକୁ ନେଇ ଚର୍ଚ୍ଚାରେ ଥିବା ଏୟାରଟେଲ୍ ଏବେ ଲୋକଙ୍କ ବିରୋଧର ଶିକାର ହୋଇଛି । ଜାତିବାଦ ବିବାଦରେ ଫସିଯାଇଛି ଦେଶର ଏହି ଅଗ୍ରଣୀ ଟେଲିକମ୍ କମ୍ପାନୀ । ଗ୍ରାହକଙ୍କ କହିବା ଅନୁଯାୟୀ ମୁସଲମାନ୍ ସ୍ଥାନରେ ହିନ୍ଦୁ ପ୍ରତିନିଧି ପଠାଇ ଜାତିବାଦ ବିବାଦ ଭିତରକୁ ଟାଣି ହୋଇଆସିଛି ଏୟାରଟେଲ୍ ।

ସୂଚନା ଅନୁସାରେ, ସୋମବାର ପୂଜା ନାମକ ଜଣେ ମହିଳା ଏୟାରଟେଲ ଇଣ୍ଡିଆକୂ ନିଜ ସମସ୍ଯା ନେଇ ଟ୍ବିଟ୍ କରିଥିଲେ । ଯାହାର ଉତ୍ତରରେ ଖୁବ୍ ଶୀଘ୍ର ନିଜର ଜଣେ ପ୍ରତିନିଧିଙ୍କୁ ପଠାଇବାକୁ ଆଶ୍ବାସନା ଦେଇଥିଲା ଏୟାରଟେଲ୍ । ତେବେ ଯେଉଁ ଗ୍ରାହକ ସେବା ଅଧିକାରୀ ପୂଜା ସିଂହଙ୍କ ସମସ୍ଯା ସମାଧାନ କରିବା ପାଇଁ ଆଶ୍ବାସନା ଦେଇଥିଲେ ସେ ଜଣେ ମୁସଲମାନ୍ ଥିଲେ , ଯାହାଙ୍କ ନାଁ ଥିଲା ସୋଏବ୍ । ସୋଏବଙ୍କଠାରୁ ଉତ୍ତର ପାଇବା ପରେ ପୂଜା ଅସନ୍ତୁଷ୍ଟ ହୋଇ ସୋଏବଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଇବା ସହ ଆଉ ଏକ ଟ୍ବିଟ୍ କରିଥିଲେ । ଯେଉଁଥିରେ ହିନ୍ଦୁ ଗ୍ରାହକ ପ୍ରତିନିଧି ପଠାଇବାକୁ କହିଥିଲେ ।

ପୂଜା ଟ୍ବିଟ୍ କରି କହିଲେ ’ ପ୍ରିୟ ସୋଏବ୍ , ଆପଣ ମୁସଲମାନ୍ ଏବଂ ମତେ ଆପଣଙ୍କ କାମ କରିବାର ତରିକା ଉପରେ ବିଶ୍ବାସ ନାହିଁ । କୋରାନରେ ଗ୍ରାହକଙ୍କୁ ସେବାର କିଛି ଅଲଗା ତରିକା ଥାଇପାରେ । ତେଣୁ ମୁଁ ଚାହୁଁଛି କମ୍ପାନୀ ସାହାଯ୍ଯ ପାଇଁ ଜଣେ ହିନ୍ଦୁ ପ୍ରତିନିଧିକୁ ପଠାନ୍ତୁ । ପୂଜାଙ୍କ ଏହି ଅଭିଯୋଗ ଶୁଣିବା ପରେ ଏୟାରଟେଲ୍ ତୁରନ୍ତ ପ୍ରତିନିଧି ବଦଳାଇ ହିନ୍ଦୁ ପ୍ରତିନିଧିଙ୍କ ଦ୍ବାରା ସମସ୍ଯାର ସମାଧାନ କରିଥିଲା ।

ତେବେ ଏହି ପଦକ୍ଷେପ ପରେ ସୋସିଆଲ୍ ମିଡିଆରେ ଏୟାରଟେଲର ଜୋରଦାର୍ ଆଲୋଚନା କରାଯାଉଛି । କମ୍ପାନୀର କାମ ସହ ଧର୍ମର କି ସମ୍ପର୍କ ରହିଛି ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ । ସୋସିଆଲ୍ ମିଡିଆରେ ଏହି ମାମଲା ଜୋର୍ ଧରିବା ପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ଯମନ୍ତ୍ରୀ ଉମର ଅବଦୁଲ୍ଲା ଏୟାରଟେଲର ନେଇଛନ୍ତି କ୍ଲାସ୍ ।  ଟୁଇଟ୍ କରି କହିଛନ୍ତି ’ମୁଁ ପୁରା କଥାବାର୍ତ୍ତା ପଢିଲି । ଏବେ ମୁଁ ନିଜ ନମ୍ବର ପୋର୍ଟ କରିବାକୁ ଚାହୁଁଛି । ଏହା ସହ ଏୟାରଟେଲ୍ ଡିଟିଏଚ୍ କଲେକ୍ସନ୍ ବନ୍ଦ କରିବାକୁ ଚାହୁଁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.