ମହାରାଷ୍ଟ୍ର ମହାନାଟକରେ ମହାଟ୍ଵିଷ୍ଟ, ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍ ପାୱାର

ମହାରାଷ୍ଟ୍ର: ମହାରାଷ୍ଟ୍ର ମହାନାଟକରେ ମହାଟ୍ଵିଷ୍ଟ। ଏନସିପିକୁ ଅଜିତ ପାୱାର ଫେରିବା ନେଇ ଚର୍ଚ୍ଚା ଜୋର। ଏନସିପି ମୁଖ୍ୟ ଶରଦ ପାୱାର ଓ ବରିଷ୍ଠ ନେତା ସୁପ୍ରିୟା ସୁଲେଙ୍କୁ ଭେଟିଥିଲେ ଅଜିତ। ଖୁବ ଶୀଘ୍ର ସେ ଦଳକୁ ଫେରିବେ ବୋଲି ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ସୂଚନା ଦେଇଥିଲେ। ଅଜିତଙ୍କୁ ମନାଇବାକୁ ବହୁ ନେତା ପ୍ରୟାସ ଚଳାଇଥିଲେ। ତେବେ ସେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଜିତ ଶେଷରେ  ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି ।