୨୫ ବର୍ଷ ପରେ ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ମେଣ୍ଟ, ଉଭୟ ୩୮-୩୮ ଆସନରେ ଲଢିବେ ନିର୍ବାଚନ

ଉତ୍ତରପ୍ରଦେଶ : ୨୦୧୯ରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଟ। ୨୫ ବର୍ଷ ପରେ ପୁଣି ଥରେ ଏକାଠି ନିର୍ବାଚନ ଲଢ଼ିବେ ମାୟାବତୀ-ଅଖିଳେଶ। ଏନଇ ଆଜି ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ହୋଇଛି। ଛିଣ୍ଡିଛି ଆସନ ବୁଝାମଣା। ୮୦ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ଲୋକସଭାରେ ବିଏସ୍‌ପି ଓ ଏସ୍‌ପି ୩୮ଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ। ବାକି ୪ଟି ଆସନରୁ ୨ଟି ସହଯୋଗୀଙ୍କ ପାଇଁ ଛାଡ଼ିଛନ୍ତି। ମେଣ୍ଟରୁ କଂଗ୍ରେସକୁ ଦୂରେଇ ରଖଛନ୍ତି ଏସ୍‌ପି-ବିଏସ୍‌ପି। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଆମେଥି ଓ ରାଏବରେଲୀ ଆସନରେ ମେଣ୍ଟ ପ୍ରାର୍ଥୀ ଦେବ ନାହିଁ। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି ମାୟାବତୀ। ବିଶେଷ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ମାୟାବତୀ କହିଛନ୍ତି, ୧୯୯୩ରେ ଯେଭଳି ବିଏସ୍‌ପି-ଏସ୍‌ପି ମେଣ୍ଟ ବିଜେପିକୁ ହରାଇଥିଲେ, ସେହିଭଳି ୨୦୧୯ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଜନବିରୋଧୀ ଦଳଙ୍କୁ କ୍ଷମତାରୁ ଦୂରେଇ ରଖାଯିବ ବୋଲି ମାୟାବତୀ କହିଛନ୍ତି ।

୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୪୨ .୬୩ ପ୍ରତିଶତ ଭୋଟ ସହ ପାଇଥିଲା ୭୧ ଆସନ। ଏସ୍‌ପି ୨୨ .୩୫ ପ୍ରତିଶତ ସହ ପାଇଥିଲା ୫ଟି ଆସନ। ବିଏସ୍‌ପିକୁ ୧୯.୭୭ ପ୍ରତିଶତ ଭୋଟ ମିଳିଥିଲେ ମଧ୍ୟ ଗୋଟିଏ ବି ଆସନ ଜିତି ନଥିଲା। କଂଗ୍ରେସ ୭ ଦଶମିକ ୫୩ ପ୍ରତିଶତ ଭୋଟ ସହ ଦୁଇଟି ଆସନରେ ଜିତିଥିଲା ଦଳ। ସେତେବେଳେ କଂଗ୍ରେସ, ଏସ୍‌ପି, ବିଏସ୍‌ପି ଅଲଗା ଅଲଗା ନିର୍ବାଚନ ଲଢିଥିଲେ ।

୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୯. ୭ ପ୍ରତିଶତ ଭୋଟ୍‌ ପାଇ ୩୧୨ଟି ଆସନ ଜିତିଥିଲା । ଏସ୍‌ପି ୨୨ ପ୍ରତିଶତ ଭୋଟ୍‌ ସହ ୪୭ ଆସନ, ବିଏସ୍‌ପି ୨୨.୨ ପ୍ରତିଶତ ଭୋଟ ସହ ୧୯ଟି ଆସନ, କଂଗ୍ରେସ ୬.୨ ପ୍ରତିଶତ ସହ ୭ଟି ଆସନ, ଆରଏଲ୍‌ଡି ୧.୮ ପ୍ରତିଶତ ଭୋଟ ସହ ଗୋଟିଏ ଆସନ ଏବଂ ଆପନା ଦଳ ୧ ପ୍ରତିଶତ ଭୋଟ ସହ ୯ଟି ଆସନ ଜିତିଥିଲା। ବିଧାନସଭାରେ ଏସ୍‌ପି-କଂଗ୍ରେସ ମେଣ୍ଟ ଥିଲା ଓ ଏନ୍‌ଡିଏରେ ରହିଛି ଆପନା ଦଳ। ଯଦି ୨୦୧୭କୁ ହିସାବ କରାଯାଏ ତେବେ ଏସ୍‌ପି-ବିଏସ୍‌ପିର ଭୋଟ୍‌ ହାର ମିଳିତ ଭାବେ ୪୪ ପ୍ରତିଶତ ଭୋଟ୍‌ ପାଇଥିଲେ। ଯାହା ବିଜେପିଠାରୁ ଅଧିକ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago