ଚାନ୍ଦିନି ଚୌକରୁ ନିର୍ବାଚନ ଲଢ଼ି ପାରନ୍ତି ଅଭିନେତା ଅକ୍ଷୟ କୁମାର, ରାଜନୈତିକ ସ୍ତରରେ ହେଉଛି ଚର୍ଚ୍ଚା

ମୁମ୍ବାଇ : ‘ଚାନ୍ଦନି ଚୌକ ଟୁ ଚାଇନା’ର ଯାତ୍ରା କରିଥିବା ବଲିଉଡ଼ର ମିଷ୍ଟର ଖିଲାଡି ଅକ୍ଷୟ କୁମାର ଏବେ ସାଂସଦର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ରାଜନୈତିକ ସ୍ତରରେ ଏହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି କି, ତାଙ୍କୁ ଭାଜପା ଦ୍ୱାରା ଚାନ୍ଦିନି ଚୌକ ନିର୍ବାଚନ ମଣ୍ଡଳୀ ପାଇଁ ଲୋକସଭା ଟିକେଟ ମିଳିପାରେ । ଏନେଇ ପାର୍ଟିର ସମସ୍ତେ ତାଙ୍କ ସପକ୍ଷରେ ଥିବା ଜଣାପଡିଛି । ବିଗତ କିଛି ବର୍ଷ ହେବ ଅକ୍ଷୟ କୁମାରଙ୍କ ଘନିଷ୍ଠ ସଂପର୍କ ବିଜେପିର ବରିଷ୍ଠ ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଖିବାକୁ ମିଳିଛି । ଦୁହିଁଙ୍କୁ ଅନେକ ସମୟରେ ଏକାଠୀ ମଧ୍ୟ ଦେଖିବାକୁ ମିଳିଛି ।

aki ans modi

ଅକ୍ଷୟ କୁମାର ସ୍ୱଛ ଭାରତ ଅଭିଯାନ ସମ୍ବନ୍ଧୀୟ ଶୌଚାଳୟ ଉପରେ ସାମାଜିକ ବାର୍ତ୍ତା ଦେଉଥିବା ଫିଲ୍ମ ପ୍ରସ୍ତୁତ କରି ଦେଶବାସୀଙ୍କ ମନ ମଧ୍ୟ ଜିତିଛନ୍ତିା ଏହାଛଡ଼ା ଅକ୍ଷୟ ଅନେକ ସାମଜିକ ବାର୍ତ୍ତା ଦେଉଥିବା କାହାଣୀ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିଥିବା ମଧ୍ୟ ଦେଖାଯାଇଛି । ତେବେ ଦେଶ ଏବଂ ସେନାଙ୍କ ପାଇଁ ବଢ଼ୁଥିବା ଅକ୍ଷୟଙ୍କ ଯୋଗଦାନ କାହାକୁ ଅଛପା ରହିନାହିାଁ

ଅଭିନେତା ଅକ୍ଷୟ ସହିଦ ଯବାନଙ୍କ ପରିବାରକୁ ସହାୟତା କରିବାଠୁ ଆରମ୍ଭ କରି ଗୃହ ମନ୍ତ୍ରାଳୟର ବିଭିନ୍ନ ଆପର ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତିା ଏପରିକି ବୁଧବାର ଦିନ ପ୍ରଧାନମନ୍ତ୍ରୀ ଅକ୍ଷୟ କୁମାରଙ୍କୁ ଟ୍ଵିଟ ଯୋଗେ ସାଧାରଣଲୋକଙ୍କୁ ମତଦାନ କରିବା ପାଇଁ ପ୍ରେରିତ କରିବା ବାର୍ତ୍ତା ଦେବାପାଇଁ ମଧ୍ୟ ଅନୁରୋଧ କରିଥିଲେ ।

akshay_

ତେବେ ଅକ୍ଷୟଙ୍କ ପୁରୁଣା ଦିଲ୍ଲୀ ତଥା ଚାନ୍ଦିନି ଚୌକ ସହ ଖୁବ ଘନିଷ୍ଠ ସଂପର୍କ ରହିଛିା ଯେବେ ମଧ୍ୟ ପୁରୁଣା ଦିଲ୍ଲୀର କଥା ଆସେ ସେ ତାହାର ପ୍ରଶଂସା କରି ଥକନ୍ତି ନାହିାଁ ଏଣୁ ଏପରି କୁହାଯାଉଛି କି ଭାଜପା ଚାନ୍ଦିନି ଚୌକ ପାଇଁ ଅକ୍ଷୟଙ୍କୁ ଲୋକସଭା ଟିକେଟ ଦେଇପାରେ । ତେବେ ଏନେଇ ଭାଜପା ତରଫରୁ କୌଣସି ସୂଚନା ମିଳିନାହିାଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.