ଅଲକାଏଦାର ବଡ଼ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ, ୧୧ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଅଲକାଏଦାର ଏକ ପ୍ରମୁଖ ଆତଙ୍କବାଦୀ ମଡ୍ୟୁଲକୁ ନଷ୍ଟ କରି ୧୧ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏହାସହ ଛଅରୁ ଅଧିକ ଜଣଙ୍କୁ ପଚରାଉଚରା ଜାରି ରହିଛି । ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶ ପୋଲିସର ସହାୟତାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ଅପରେସନ୍ ଚଳାଇଥିଲା । ଅଲକାଏଦା ମଡ୍ୟୁଲର ସନ୍ଦିଗ୍ଧଙ୍କ ମଧ୍ୟରୁ ୬ ଜଣଙ୍କୁ ରାଜସ୍ଥାନର ଭିୱାଡିରୁ, ଚାରି ଜଣଙ୍କୁ ରାଞ୍ଚିରୁ, ହାଜରିବାଗରୁ ଜଣେ ଏବଂ ୟୁପିର ଆଲିଗଡରୁ ଚାରି ଜଣଙ୍କୁ ହେପାଜତକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି ।

ଏହି ମଡ୍ୟୁଲର କିଙ୍ଗପିନ ହେଉଛନ୍ତି ଡାକ୍ତର ଇଶ୍ଟିଆକ୍ ଅହମ୍ମଦ, ଯିଏ ରାଞ୍ଚିର ଏକ ନାମୀ ଡାକ୍ତରଖାନାର ରେଡିଓଲୋଜି ବିଭାଗରେ କାର୍ଯ୍ୟ କରୁଥିଲେ । ଡାକ୍ତରଙ୍କ ବିଷୟରେ ଦିଲ୍ଲୀ ସ୍ପେଶାଲ୍ ସେଲକୁ ଗୁଇନ୍ଦା ସୂଚନା ମିଳିଥିଲା । ତାଙ୍କୁ ଗିରଫ କରାଯିବା ପରେ ପଚରାଉଚରା କରାଯାଇଥିଲା । ତାଙ୍କ ମୋବାଇଲ୍ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଯାଞ୍ଚ ପରେ ଏହି ମଡ୍ୟୁଲ୍ ବିଷୟରେ ସୂଚନା ମିଳିଥିଲା ।

ତଦନ୍ତରୁ ଜଣାପଡିଛି ଯେ ମଡ୍ୟୁଲ ସହ ଜଡିତ ସମସ୍ତ ଆତଙ୍କବାଦୀ ଟେଲିଗ୍ରାମ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗରେ ଥିଲେ । ସେମାନେ ଅନେକ ଗୋଷ୍ଠୀ ମଧ୍ୟ ଗଠନ କରିଥିଲେ । ଏଥିରେ କିଛି ସଦସ୍ୟ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଅନ୍ୟ ଆରବ ଦେଶରୁ ଆସିଥିଲେ ।

ଦିଲ୍ଲୀ ପୋଲିସ ସନ୍ଦିଗ୍ଧମାନଙ୍କ ଠିକଣାରେ ଚଢ଼ାଉ କରି AK-47 ରାଇଫଲ, ଗୋଟିଏ .38 ବୋର ରିଭଲଭର, .38 ବୋରର ୬ଟି ଜୀବନ୍ତ ଗୁଳି ଏବଂ .32 ବୋରର ୩୦ଟି ଜୀବନ୍ତ ଗୁଳି ଜବତ କରିଛି । ଏହିପରି ଗୋଟିଏ ଡମି INSAS, ଗୋଟିଏ ଏୟାର ରାଇଫଲ, ଗୋଟିଏ ଲୁହା ଏଲବୋ ପାଇପ୍, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍, ଗୋଟିଏ କି-ରିମୋଟ୍ କଣ୍ଟ୍ରୋଲ୍ ମେକାନିଜମ୍, କିଛି ତାର, ଗୋଟିଏ ଟେବୁଲ୍ ୱାଚ୍, ଚାରି ଗ୍ରାଉଣ୍ଡ ସିଟ୍, ଗୋଟିଏ କ୍ୟାମ୍ପ୍ ଟେଣ୍ଟ ଆଦି ମଧ୍ୟ  ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like