କାନାଡା: ହୁ ହୁ ଜଳୁଛି ଅଲ୍ବର୍ଟାର ଜଙ୍ଗଲ, ନିୟନ୍ତ୍ରଣ ବାହାରେ ସ୍ଥିତି; ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି
କାନାଡାର ଅଲବର୍ଟା ପ୍ରଦେଶରେ ଅବସ୍ଥିତ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଫଳରେ ହଜାର ହଜାର ଲୋକଙ୍କୁ ଭୂମିହୀନ ହେବାକୁ ପଡ଼ିଛି। ଏଥିଯୋଗୁ ୟୁନାଇଟେଡ୍ କଞ୍ଜର୍ଭେଟିଭ୍ ପାର୍ଟି ମୁଖ୍ୟ ଡାନିଏଲ୍ ସ୍ମିଥ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
କାନାଡାର ଅଲବର୍ଟା ପ୍ରଦେଶରେ ଅବସ୍ଥିତ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଫଳରେ ହଜାର ହଜାର ଲୋକଙ୍କୁ ଭୂମିହୀନ ହେବାକୁ ପଡ଼ିଛି। ଏଥିଯୋଗୁ ୟୁନାଇଟେଡ୍ କଞ୍ଜର୍ଭେଟିଭ୍ ପାର୍ଟି ମୁଖ୍ୟ ଡାନିଏଲ୍ ସ୍ମିଥ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ନିଆଁ ଅନିୟନ୍ତ୍ରିତ ବେଗରେ ଜଙ୍ଗଲକୁ ନିଜ କବଳକୁ ନେଉଛି। ଶନିବାର ସନ୍ଧ୍ୟା ସୁଦ୍ଧା ୨୪ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି।
ସେପଟେ ଅଗ୍ନିକାଣ୍ଡ ହେତୁ ଏଠାକାର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଲୋକମାନେ ଶରୀରରେ ଜ୍ୱଳନ ଅନୁଭବ କରୁଛନ୍ତି। ଏଠାରେ ତେଲ ପାଇପଲାଇନ ଥିବାରୁ ଚିନ୍ତା ଆହୁରି ବଢ଼ିଯାଇଛି। ଯଦିଓ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, କିନ୍ତୁ ନିଆଁ ନିୟନ୍ତ୍ରଣ ବାହାରେ ଅଛି।
ଅଲବର୍ଟା ପ୍ରଦେଶରେ ୧୧୦ଟି ସ୍ଥାନରେ ନିଆଁ ଲାଗିଛି। ସେଥିମଧ୍ୟରୁ ୩୬ଟି ଜାଗାରେ ନିଅାଁ ବେକାବୁ ସ୍ଥିତିରେ ରହିଛି। ଏଠାକାର ଲୋକମାନେ ଗରମ ପବନ ଏବଂ ପ୍ରବଳ ଉତ୍ତାପ ସହ ଜୁଝି ହେଉଛନ୍ତି। ପ୍ରବଳ ବେଗରେ ପବନ ବହିବା ହେତୁ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଫଳରେ ଅଗ୍ନିଶମ ବାହିନୀ ପାଇଁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡିଛି। କ୍ୟୁବେକ୍ ଏବଂ ଓଣ୍ଟାରିଓରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଡାନିଏଲ୍ ସ୍ମିଥ୍ କହିଛନ୍ତି ଯେ କାନାଡୀୟ ସହର ଏଡମୋଣ୍ଟନ୍ଠାରୁ ୧୪୦ କିଲୋମିଟର ପଶ୍ଚିମରେ ଡ୍ରେଟନ୍ ଭ୍ୟାଲି ରହିଛି। ଏଠାକାର ୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଫକ୍ସ ହ୍ରଦ ନିଆଁରେ ୨୦ଟି ଘର ନଷ୍ଟ ହୋଇଯାଇଛି। ପୋଲିସ ଷ୍ଟେସନ ମଧ୍ୟ ଜଳି ପାଉଁଶ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୧.୫ ବିଲିୟନ କାନାଡୀୟ ଡଲାରର ବ୍ୟବସ୍ଥା କରାଯାଇଛି।
Its been a pretty hectic day for alberta. This fire started up couple miles south of my place. With help of everyone an cutting fence got 400 yearlings to safety. Now we are in the truck flying up to northern alberta to help evacuate animals, try get 200 yak to safety. #Wildfire pic.twitter.com/sdkHB4jvd7
— Eastland Transport Ltd (@eastland09) May 6, 2023
Good morning from Canada. Here is a look at the fire near Edson, Alberta. She jumped right over that river.
Thanks to the subscriber that sent this amazing footage.🙏🍻
New podcast out this morning discussing this and more. Available to everyone. #wildfire pic.twitter.com/95XHeTN8uJ
— The Hotshot Wake Up (@HotshotWake) May 6, 2023