ଦେଶ ବିଦେଶ

ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଲର୍ଟ ! ଗୁଇନ୍ଦା ସଂସ୍ଥା ଜାରି କଲା ସତର୍କତା

ଜାନୁଆରୀ ୨୨ ତାରିଖରେ ହେବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ । ତା’ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥା ସତର୍କତା ଜାରି କରିଛି । ଗୁଇନ୍ଦା ସଂସ୍ଥା ସତର୍କତା ଜାରି କରି କହିଛି କାର୍ଯ୍ୟକ୍ରମରେ ସାମିଲ ହେଉଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଲାଗି ବଡ ବିପଦ ରହିଛି । ସ୍ଥିତି ଖରାପ ହେବାକୁ ପ୍ଲାନିଂ ଚାଲିଛି ।

ସତର୍କ ପରେ ଗୁଇନ୍ଦା ଏଜେନ୍ସୀ ଉଚ୍ଚସ୍ତରୀୟ ବୈଠକ ଡାକିଛି । ରାମ ଜନ୍ମଭୂମି ସମାରୋହ ପାଇଁ ନିୟୋଜିତ ଥିବା ସମସ୍ତ ସୁରକ୍ଷା ଏଜେନ୍ସୀଙ୍କୁ ସତର୍କ କରାଯାଇଛି । ଉତ୍ତର ପ୍ରଦେଶର ଅଲଗା ଅଲଗା ସ୍ଥାନରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚେଷ୍ଟା ଚାଲିଛି । ଏହା ସହିତ ସୁରକ୍ଷା ବଳଙ୍କୁ ସମାରୋହ ପୂର୍ବରୁ ସତର୍କ ରହିବା ପାଇଁ କୁହାଯାଇଛି । ଆଖପାଖ ଅଞ୍ଚଳରେ କଡା ନଜର ରଖିବା ସହ ତଲାସ ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ର ବିରୋଧୀ ସ୍ଥିତି ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି ।

ଅଯୋଧ୍ୟାରେ ଉତ୍ତରପ୍ରଦେଶ ସରକାର ଉନ୍ନତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ସାମିଲ କରି ବ୍ୟାପକ ଯୋଜନା ଲାଗୁ କରିଛନ୍ତି । ପୁରା ସହରରେ ୧୫୦୦ ସାର୍ବଜନିକ ସିସିଟିଭି କ୍ୟାମେରା ଲଗାଯାଇଛି ।

ସୂଚନାଯୋଗ୍ୟ, ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଓ ରାମ ଲଲାଙ୍କ ଦର୍ଶନ ପାଇଁ ସମଗ୍ର ବିଶ୍ୱର ବିଭିନ୍ନ କୋଣରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଆସନ୍ତା ୧୬ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟାରେ ସମସ୍ତ ମନ୍ଦିରରେ ଅଖଣ୍ଡ ରାମାୟଣ ପାଠ ହେବ । ଜାନୁଆରୀ ୨୨ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଖାଲି ସେତିକି ନୁହେଁ, ଅଯୋଧ୍ୟାରେ ସମସ୍ତ ମଦ ଦୋକାନ ଏବଂ ମାଂସ ଦୋକାନ ବନ୍ଦ ରଖିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

Swagatika

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

5 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

20 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

29 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

38 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

54 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago