ଅଲଜେରିଆରେ ପେଣ୍ଟରଙ୍କ ହତ୍ୟାରେ ୪୯ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେଲେ କୋର୍ଟ

ନୂଆଦିଲ୍ଲୀ : ଅଲଜେରିଆରେ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବହୁତ ଲୋକ ମିଶି ଜଣେ ପେଣ୍ଟରଙ୍କୁ ହତ୍ୟା କରିବା ମାମଲାରେ କୋର୍ଟ ଗୁରୁବାର ୪୯ ଲୋକଙ୍କୁ ମୃତ୍ୟୁ ଦଣ୍ଡ ରାୟ ଦେଇଛି । ନିଆଁ ଲାଗିଥିବା ଖବର ଶୁଣିବା ପରେ ପେଣ୍ଟର ଜେମଲ ବେନ ଇସମାଇଲ(୩୮) ଇରାଥନ ଗାଁରେ ଲୋକଙ୍କୁ ସାହାଯ୍ୟ କରିବାକୁ ପହଞ୍ଚିଥିଲେ । ହେଲେ ଗ୍ରାମର ଲୋକମାନେ ତାଙ୍କୁ ବାହାର ଲୋକ ଦୃଷ୍ଟିରୁ କାଳେ ସେ ନିଆଁ ଲଗାଇଥିବା ଭାବି ହତ୍ୟା କରିଥିଲେ ।

ନିଆଁରେ ୯୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଏକ ନ୍ୟୁଜ ଏଜେନ୍ସି ଅନୁଯାୟୀ, ର୍ପୂବ ଅଲଜେରିଆର କାବିଲ ଅଞ୍ଚଳରେ ଅଗଷ୍ଟ ୨୦୨୧ ରେ ହୋଇଥିବା ହତ୍ୟା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ନିଆଁ ପାର୍ବତ୍ୟ ଅଞ୍ଚଳରେ ଲାଗିଥିଲା । ଯେଉଁଥିରେ ୯୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ସେନାର ଯବାନଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ପେଣ୍ଟର ଜେମଲଙ୍କ ହତ୍ୟାରେ ୧୦୦ ରୁ ଅଧିକ ବ୍ୟକ୍ତି ସାମିଲ ଥିଲେ ।

ଯେଉଁଥିରେ ଅଧିକାଂଶ ଲୋକଙ୍କୁ ତାଙ୍କର ମୃତ୍ୟୁ ପାଇଁ ଦାୟୀ କରାଯାଇଥିଲା । ଯେଉଁମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି, ସେମାନଙ୍କୁ ଆଜୀବନ କାରଦଣ୍ଡ ହୋଇପାରେ । କାରଣ ଅଲଜେରିଆରେ ଦଶନ୍ଧୀ ଧରି ମୃତ୍ୟୁ ଦଣ୍ଡ ବନ୍ଦ କରଯାଇଛି । ଏହାଛଡା କୋର୍ଟ ଅନ୍ୟ ୩୮ ଲୋକଙ୍କୁ ୨ ରୁ ୧୨ ବର୍ଷ ଯାଏ କାରାଦଣ୍ଡ ଶୁଣାଇଛନ୍ତି ।

Leave A Reply

Your email address will not be published.