ଲୋକଙ୍କୁ ବିଚଳିତ କରୁଛି ଆମେରିକୀୟ ରିପୋର୍ଟ! ଏଲିୟନ କରୁଛନ୍ତି ମହିଳାଙ୍କୁ ଗର୍ଭବତୀ…ସଂସ୍ପର୍ଶରେ ଆସୁଥିବା ଲୋକ ବି ଭୋଗୁଛନ୍ତି ଯନ୍ତ୍ରଣା

ଏଲିୟନ ବା UFOକୁ ନେଇ ପୂର୍ବରୁ ଅନେକ ଆଶ୍ଚର୍ଯ୍ୟଜନକ ଦାବି ହୋଇ ଆସିଛି। କିନ୍ତୁ ଏବେ ଯେଉଁ ଦାବି କରାଯାଇଛି, ତାହା ହୁଏତ ପୂର୍ବରୁ କେବେ କରାଯାଇ ନ ଥିବ। ଏହି ଦାବି ମୁତାବକ, ଏଲିୟନ ଜଣେ ମହିଳାଙ୍କ ସହିତ ୫ ଥର ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଛନ୍ତି। ଏକ ରିପୋର୍ଟ ମୁତାବକ, UFO ସଂସ୍ପର୍ଶରେ ଆସିବା ପରେ କିଛି ଲୋକ ନିଜ ଶରୀରରେ ଅସ୍ୱାଭାବିକ ପ୍ରଭାବ ଅନୁଭବ କରିଥିଲେ। ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ବୟାନ ରେକର୍ଡ ବି କରିଥିଲା, ଯାହାପରେ ଗୋଟିଏ ପରେ ଗୋଟିଏ ଅଦ୍ଭୁତ କଥା ଏବେ ସାମ୍ନାକୁ ଆସିଛି।

Defense Intelligence Agency ଏ ନେଇ ପେଣ୍ଟାଗନକୁ କିଛି ରିପୋର୍ଟ ହସ୍ତାନ୍ତର କରିଛି, ଯାହାକୁ ‘ଦ ସନ୍‌’ ପ୍ରକାଶିତ କରିଛି। ଏହି ରିପୋର୍ଟରେ ମଣିଷ ଶରୀରରେ ଦେଖା ଦେଇଥିବା ପ୍ରଭାବଗୁଡ଼ିକ ବିଷୟରେ ବିସ୍ତୁତ ଭାବରେ କୁହାଯାଇଛି। ଏଲିୟନ କିମ୍ବା UFO ନିକଟକୁ ଯିବା ପରେ ମଣିଷକୁ ଆଘାତ ଲାଗୁଛି। ଏହା ବ୍ୟତୀତ ମଣିଷର ଅପହରଣଠାରୁ ଆରମ୍ଭ କରି ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବା ପର୍ଯ୍ୟନ୍ତ ଘଟଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜଣେ ପ୍ରତ୍ୟେକ୍ଷଦର୍ଶୀ ଦାବି କରିଛନ୍ତି ଯେ UFO ମଣିଷ ସହିତ ଯୌନ ସମ୍ବନ୍ଧ ରଖୁଛି। ଏପରି କି, ଜଣେ ମହିଳାଙ୍କୁ ସେମାନେ ଗର୍ଭବତୀ ବି କରି ଦେଇଛନ୍ତି।

UFO ନିକଟବର୍ତ୍ତୀ ହେଉଥିବା ମଣିଷକୁ କ’ଣ କ’ଣ ହେଉଛି କ୍ଷତି

ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, UFO ଓ ମଣିଷ ଭିତରେ ୫ ଥର ଯୌନ ସମ୍ପର୍କ ରହିଥିବା ନେଇ ସୂଚନା ମିଳିଛି। ଆମେରିକାସ୍ଥିତ MUFON ନାମକ ଏଜେନ୍ସି କହିଛି, ମଣିଷ ଓ ତା’ର ଆବୃତ୍ତିରେ UFOର ଜୈବିକ ପ୍ରଭାବ ପଡ଼ୁଛି। ଯେଉଁମାନେ UFO ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଅପହରଣ, ଗର୍ଭଧାରଣ, ଯୌନ ସମ୍ବନ୍ଧ, ଟେଲିପାଥିର ଅନୁଭବ କରିଛନ୍ତି।

Defense Intelligence Agencyର ରିପୋର୍ଟ ମୁତାବକ, UFO ବା ଏଲିୟନଙ୍କ ନିକଟତର ହେଉଥିବା ଲୋକ ଗୁରୁତର ଆହତ ହୋଇ ପାରନ୍ତି। ସେମାନଙ୍କ ବିକିରଣରେ ମଣିଷ ଜଳି ଯାଇପାରେ। ମସ୍ତିଷ୍କ ସମସ୍ୟା ଦେଖା ଦେଇପାରେ କିମ୍ବା ସ୍ନାୟୁ ଉପରେ ପ୍ରଭାବ ପଡ଼ିପାରେ। ଏହାଛଡ଼ା ମଣିଷକୁ ଦୁଃସ୍ୱପ୍ନ ଆସିବା, କଣ୍ଠ ଚାଲିଯିବା, ଆଖିରେ ଆଘାତ, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା, ଓଜନ କମିଯିବା ଭଳି ଘଟଣା ବି ସାମିଲ ରହିଛି।

ରିପୋର୍ଟ ଆହୁରି ଦର୍ଶାଇଛି ଯେ ବାହାର ତଥା ବିଚିତ୍ର ବିମାନଗୁଡ଼ିକ ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ଲୋକ ଆହତ ହୋଇଛନ୍ତି। ଏଭଳି ବସ୍ତୁଗୁଡ଼ିକ ଆମେରିକାର ହିତ ପାଇଁ ବିପଦ ସାଜିପାରେ ବୋଲି ରିପୋର୍ଟରେ ଚେତାବନୀ ମଧ୍ୟ ଦିଆଯାଇଛି।

Leave A Reply

Your email address will not be published.