୨୦୨୩ ର ଏହି ତାରିଖରେ ଏଲିୟନ୍‌ ସହ ମନୁଷ୍ୟର ହେବ ଭେଟ, ସୋସିଆଲ ମିଡିଆରେ ବ୍ୟକ୍ତିଙ୍କ ଅଦ୍ଭୁତ ଦାବି

ବିଜ୍ଞାନ ଯେତେ ଉପରକୁ ଗଲେ ବି ଏଲିୟନ ସମ୍ପର୍କରେ କୌଣସି ସଠିକ ଡାଟା ବୈଜ୍ଞାନିକଙ୍କ ପାଖରେ ନାହିଁ ।  ପୃଥିବୀ ପୃଷ୍ଟକୁ ଏଲିୟନଙ୍କ ଯିବା ଆସିବା କେବଳ ଏକ ଶୁଣା କଥା ହୋଇ ରହିଛି । ନା କେହି ଏହାଙ୍କୁ ପୃଥିବୀ ପୃଷ୍ଟରେ ଦେଖିଛନ୍ତି ନା ଏ ସମ୍ପର୍କରେ କୌଣସି ସଠିକ ତଥ୍ୟ ଜଣାପଡିଛି । ହେଲେ ଜଣେ ବ୍ୟକ୍ତି ଏବେ ସୋସିଆଲ ମିଡିଆରେ ଏଲିୟନ ସମ୍ପର୍କରେ ଅଦ୍ଭୁତ ଡାଟା ସେୟାର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉକ୍ତ ବ୍ୟକ୍ତିଙ୍କ ମତରେ ଆସନ୍ତା ୨୦୨୩ ରେ ମନୁଷ୍ୟ ସହ ଏଲିୟନଙ୍କ ହେବ ଭେଟ ।

ବାସ୍ତବରେ ଅନ୍ୟ କୌଣସି ଗ୍ରହରେ ଜୀବନ ଅଛି, ପୃଥିବୀ ବାହାରେ ଅନ୍ୟ କୌଣସି ୟୁନିଭର୍ସ ରହିଛି କିମ୍ବା ଏଲିୟନ ଅଛନ୍ତି, ଏନେଇ କୌଣସି ଠୋସ ପ୍ରମାଣ ନାହିଁ ବୈଜ୍ଞାନିକଙ୍କ ପାଖରେ । ହେଲେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଅନ୍ୟ ଏକ ୟୁନିଭର୍ସ ଓ ଏଲିୟନଙ୍କ ବିଷୟରେ ଏମିତି ତଥ୍ୟ ଦେଇଛନ୍ତି, ଯାହାକୁ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିକ୍‌ଟକ୍‌ରେ ଏକ ରହସ୍ୟମୟ ଆକାଉଣ୍ଟକୁ ଚଳାଉଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଜଣେ ଟାଇମ ଟ୍ରାଭଲର । ଅର୍ଥାତ ସେ ସମୟ ଯାତ୍ରା କରି ଆସିଛନ୍ତି ଓ ତାଙ୍କୁ ଭବିଷ୍ୟତ ସହ ଜଡିତ ବହୁ ତଥ୍ୟ ବିଷୟରେ ଜ୍ଞାନ ରହିଛି ।

space
photo : hindi.news18.com

୨୦୨୩ ରେ ତିନୋଟି ତାରିଖକୁ ନେଇ ତାଙ୍କର ମତ

ଆଗାମୀ ୨୦୨୩ ରେ ୩ ଟି ତାରିଖକୁ ନେଇ ସେ ଭବିଷ୍ୟବାଣୀ କରିଛନ୍ତି । ଯେଉଁ ସମୟରେ ଏଲିୟନଙ୍କ ସହ ମନୁଷ୍ୟର ଭେଟ ହେବ । ସେହି ତାରିଖକୁ ନୋଟ କରି ରଖିବାକୁ ସେ ସମସ୍ତଙ୍କୁ କହିଛନ୍ତି । ଏହି ସମୟରେ ମନୁଷ୍ୟକୁ ଏଲିୟନ ଓ ଭିନ୍ନ ଦୁନିଆ ସମ୍ପର୍କରେ ଜଣା ପଡିବ । ସେ କହିଛନ୍ତି ୩୦ ଜାନୁଆରୀ ୨୦୨୩ ରେ ମନୁଷ୍ୟ ୩ ନୂଆ ୟୁନିଭର୍ସ ସମ୍ପର୍କରେ ଜାଣି ପାରିବ । ପୁଣି ୧୦ ଫେବୃଆରୀ ୨୦୨୩ ରେ ଆମେରିକାର ଗୁଇନ୍ଦା ଇଲାକା ଏରିଆ ୫୧ ରେ ଏକ ୟୁଏଫ୍‌ଓ ଲ୍ୟାଣ୍ଡ କରିବ । ଏଥିରୁ ଏଲିୟନଙ୍କ ନୂଆ ପ୍ରଜାତି ବାହାରିବେ । ପୁଣି ୧୪ ଫେବୃଆରୀ ୨୦୨୩ ରେ ମେସ୍କିକୋର ୪ ହାଇସ୍କୁଲ ଛାତ୍ରଙ୍କୁ ସୂର୍ଯ୍ୟଙ୍କ କିରଣରୁ ଅଦ୍ଭୁତ ଶକ୍ତି ପ୍ରାପ୍ତ ହେବ ।

ଏହି ଦାବି ଉପରେ ଲୋକେ ଉଠାଇଛନ୍ତି ପ୍ରଶ୍ନ

ବ୍ୟକ୍ତି ଜଣକ ଏପରି ବିଚିତ୍ର ଦାବିକୁ ନେଇ ଲୋକେ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି । ଲୋକେ ଏହାକୁ ମାନିବାକୁ ପ୍ରସ୍ତୁତ ନାହାଁନ୍ତି । କିଛି ବ୍ୟକ୍ତି କହିଛନ୍ତି, ଆମେ କିପରି ବିଶ୍ୱାସ କରିବୁ ଯେ ସେ ଜଣେ ଟାଇମ୍‌ ଟ୍ରାଭଲର ବୋଲି । ଆଉ ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି, ଯଦି ତାଙ୍କ କଥା ସତ୍ୟ ଯେ ସେ ଟାଇମ ଟ୍ରାଭଲର, ତେବେ ସେ କୁହନ୍ତୁ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ କେବେ ସମାପ୍ତ ହେବ । ଏହି ପ୍ରଶ୍ନର ଉତ୍ତରରେ ଉକ୍ତ ଟାଇମ ଟ୍ରାଭଲର ୨୦୨୬ ରେ ଯୁଦ୍ଧ ସରିବ ବୋଲି କହିଛନ୍ତି । ତେବେ ଦେଖାଯାଉ କେତେ ସତ୍ୟତା ରହିଛି ଏହି ବ୍ୟକ୍ତିଙ୍କ କଥାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.