ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ସିଲାବସରେ ସାମିଲ ହେଲା “ସନାତନ ଧର୍ମ” ସମ୍ବନ୍ଧୀୟ ପାଠ୍ୟକ୍ରମ

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ସିଲାବସରୁ ବିଂଶ ଶତାବ୍ଦୀର ଇସ୍ଲାମିକ ଲେଖକ ଆବୁଲ ଆଲା ଅଲ ମଉଦଦି ଓ ସୟିଦ କୁତୁବଙ୍କ ଲେଖାକୁ ହଟାଇ ଦିଆଯାଇଛି । ସେହି ଲେଖା ଗୁଡିକୁ ଉଠାଇ ଦିଆଯାଇ ସନାତନ ଧର୍ମର କିଛି ବିଷୟକୁ ସାମିଲ ସାମିଲ କରାଯାଇଛି । ପାଖାପାଖି ୨୦ ଜଣ ଶିକ୍ଷାବିତ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଉପରୋକ୍ତ ଦୁଇ ଲେଖକଙ୍କ ଲେଖା ସବୁକୁ ସିଲାବସରେ ମିଶାଇବା ପାଇଁ ଆବେଦନ କରିଥିଲେ । ଅଲିଗଡ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଲେଖାଗୁଡିକରେ ପ୍ରଭାବିତ ହୋଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଉଥିବାରୁ ଏଗୁଡ଼ିକୁ ସୋମବାର ବିଶ୍ୱବିଦ୍ୟାଳୟ ସିଲାବସରୁ ହଟାଇ ଦିଆଯାଇଛି ।

ଆଗକୁ ଯେପରି ଏହି ବିଷୟକୁ ନେଇ ବିଶୃଙ୍ଖଳା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ଏପରି ଏକ ପଦକ୍ଷେପ ନିଆଯାଇଛି । ଯେବେକି କିଛି ବରିଷ୍ଠ ଶିକ୍ଷାବିତ ଏହାକୁ ନେଇ ବିକ୍ଷୋଭ ମଧ୍ୟ କରିଛନ୍ତି । କିଛି ଗବେଷକମାନେ ମଧ୍ୟ ଅଭିଯୋଗ ଆଣିଛନ୍ତିକି ଏହି ଲେଖକଙ୍କ ଲେଖାଗୁଡିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଯଥା ଅସନ୍ତୋଷ ସୃଷ୍ଟି କରୁଛି । ସେମାନଙ୍କ ମଧ୍ୟରେ ଦଳଗତ ପାର୍ଥକ୍ୟ ବି ଦେଖାଦେଉଛି । ବିଶ୍ୱବିଦ୍ୟାଳୟର ମୁଖପାତ୍ର ଉମର ସଲିମ ପିରଜାଦାଙ୍କ କହିବା ଅନୁଯାୟୀ ଆଲିଗଡ ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ଧର୍ମର ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଆସିଥାନ୍ତି । ତେଣୁ କରି ବିଶ୍ଵବିଦ୍ୟଳୟରେ ସମାନତା ରକ୍ଷା କରିବା ପାଇଁ ହିଁ ଆମେ ସନାତନ ଧର୍ମ ବାବଦରେ ଥିବା ଏକ ବିଷୟକୁ ସାମିଲ କରିଛୁ ।

କହିରଖିବା ଉଚିତ ହେବକି, ଆବୁଲ ଆଲ୍ଲା ଅଲ ମାଉଦ୍ଦିନ ହେଉଛନ୍ତି ଜଣେ ଭାରତୀୟ ଇସ୍ଲାମିକ ସ୍କଲାର । ଭାରତ ପାକିସ୍ତାନ ବିଭାଜନ ହେବା ପରେ ସେ ପାକିସ୍ତାନରେ ଯାଇ ବସତି ସ୍ଥାପନ କରିଥିଲେ । ସେ ଉଭୟ ଭାରତ ଓ ପାକିସ୍ତାନରେ “ଜମାତ ଇ ଇସ୍ଲାମୀ” ନାମକ ଏକ ସଂଗଠନ ପ୍ରତିଷ୍ଠା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.