ଦେଶ ବିଦେଶ

ଆଲିଗଡ଼ ଦମ୍ପତି ତିଆରି କଲେ ରାମ ମନ୍ଦିରର ବିଶାଳକାୟ ତାଲା, ଓଜନ ୪୦୦ କିଲୋ, ଚାବି ୪ ଫୁଟ୍‌

ତାଲା ନିର୍ମାଣ ପାଇଁ ସାରା ଦେଶରେ ବେଶ୍‌ ଖ୍ୟାତ ଆଲିଗଡ଼ ସହର। ସହରର ଏହି ପରିଚୟକୁ ବଜାୟ ରଖିବା ପାଇଁ ଜଣେ ଦମ୍ପତି ଅନେକ ପରିଶ୍ରମ କରିଛନ୍ତି। ନିକଟରେ ଏହି ଦମ୍ପତି ଏକ ବିଶାଳକାୟ ତାଲା ଓ ୪ ଫୁଟ୍‌ର ଚାବି ତିଆରି କରିଛନ୍ତି, ଯାହାକି ଦେଶରେ ଚର୍ଚ୍ଚାରେ ବିଷୟ ହୋଇଛି।

ସେମାନଙ୍କ ଦ୍ୱାରା ତିଆରି ତାଲାର ଓଜନ ୪୦୦ କିଲୋ ଏବଂ ଚାବିର ଓଜନ ରହିଛି ୩୦ କିଲୋ। ଖାସ୍‌ କଥା ହେଲା, ବୃଦ୍ଧ ଦମ୍ପତି ଏହି ବିଶାଳ ତାଲାକୁ ଅଯୋଧ୍ୟାରେ ତିଆରି ରାମ ମନ୍ଦିରକୁ ଅର୍ପଣ କରିବାକୁ ଚାହୁଁଛନ୍ତି।

ଆଲିଗଡ଼ର ବାସିନ୍ଦା ସତ୍ୟ ପ୍ରକାଶ ଶର୍ମା ଓ ତାଙ୍କ ପତ୍ନୀ ରୁକ୍ମିଣୀ ଦେବୀ ଏହି ତାଲାକୁ ଅଯୋଧ୍ୟା ରାମ ମନ୍ଦିର ପାଇଁ ସ୍ୱଇଚ୍ଛାରେ ତିଆରି କରିଛନ୍ତି। ୪୦୦ କିଲୋ ଓଜନର ଏହି ତାଲାକୁ ବିଶ୍ୱର ସବୁଠାରୁ ବଡ଼ ତାଲା ବୋଲି ମଧ୍ୟ କୁହାଯାଇପାରିବ। ତାଲାକୁ ତିଆରି କରିବାରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୬ ମାସ ମଧ୍ୟରେ ଦମ୍ପତି ଏହାକୁ ତିଆରି କରିଛନ୍ତି।

ସତ୍ୟ ପ୍ରକାଶ ପୂର୍ବରୁ ମଧ୍ୟ ଏକ ଅର୍ଡରରେ ୩୦୦ କିଲୋ ଓଜନର ଏକ ବଡ଼ ତଲା ତିଆରି କରିଥିଲେ। ପତ୍ନୀ ରୁକ୍ମିଣୀ ଦେବୀ କୁହନ୍ତି, ରାମ ମନ୍ଦିର ପାଇଁ ତାଲା ତିଆରି କରିବାକୁ ତାଙ୍କର ଇଚ୍ଛା ଥିଲା। ଏଥିପାଇଁ ସେମାନେ ୪୦୦ କିଲୋ ଓଜନର ଏହି ବିଶାଳ ତାଲା ତିଆରି କରିଛନ୍ତି।

ସେ କହିଛନ୍ତି ଯେ ସ୍ୱାମୀଙ୍କର ହାର୍ଟ ସମସ୍ୟା ଅଛି। ତେଣୁ ଏହାକୁ ତିଆରି କରିବାରେ ଅଧିକ ସମୟ ଲାଗିଥିଲା। ତାଲାଟିକୁ ସେମାନେ ରାମ ମନ୍ଦିରକୁ ଭେଟି ଦେବାକୁ ଚାହୁଁଛନ୍ତି। ବିଶାଳ ତାଲାକୁ ଦେଖି ଲୋକେ ସେମାନଙ୍କ ସହିତ ଫଟୋ ଓ ଭିଡିଓ ନେଉଛନ୍ତି ଏବଂ ଆଶୀର୍ବାଦ ମଧ୍ୟ ଦେଉଛନ୍ତି।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

16 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

20 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

43 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

57 mins ago