ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଷ୍ପତ୍ତି ଉପରେ ରହିଛ ସମସ୍ତଙ୍କ ନଜର, ଜେଡିୟୁ ଏବଂ ବିଜେପି ମେଣ୍ଟ ଭାଙ୍ଗିଯିବା ନେଇ ଚର୍ଚ୍ଚା!

ନୂଆଦିଲ୍ଲୀ : ବିହାର ରାଜନୀତି ସରଗରମ ହେବାରେ ଲାଗିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଷ୍ପତ୍ତି ସମସ୍ତଙ୍କ ନଜର ରହିଛି । ଜେଡିୟୁ ଏବଂ ବିଜେପି ମେଣ୍ଟ ଭାଙ୍ଗିଯିବ ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବା ପରେ ଚର୍ଚ୍ଚା ଜୋର ଧରିଛି। ଆଜି ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କ ବୈଠକ ଡାକିଛନ୍ତି ନୀତୀଶ କୁମାର । ୧୧ରେ ସୋନିଆଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ବି ନିଜର ସମସ୍ତ ବିଧାୟକଙ୍କୁ ପାଟନାରେ ରହିବାକୁ ଦେଇଛି ନିର୍ଦ୍ଦେଶ।

ଗତ କିଛି ଦିନ ଧରି ନୀତୀଶ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ନହେବା ପରେ ଚର୍ଚ୍ଚାକୁ ଖୋରାକ ମିଳିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରସିପି ସିଂହ ଦଳ ଛାଡ଼ିବା ପରେ ମେଣ୍ଟ ସରକାର ଭଙ୍ଗ ନେଇ ଆଶଙ୍କା ବଢିଛି। ବିଜେପି ସହ ଆରସିପିଙ୍କ ଘନିଷ୍ଠତା ଓ ନୀତୀଶଙ୍କ ପ୍ରତି ଆକ୍ଷେପ ପରେ ଜେଡିୟୁ କଡ଼ା ଆଭିମୂଖ୍ୟ ପ୍ରଦର୍ଶନ କରିଛି। କେନ୍ଦ୍ରରେ କେବେବି ବିଜେପି ସହ ସରକାରରେ ଭାଗୀଦାର ହେବ ନାହିଁ ବୋଲି ସ୍ପଷ୍ଟ କରିଛି।

Leave A Reply

Your email address will not be published.