ଗୋଟିଏ ମଞ୍ଚରେ ପୁଣି ଥରେ ଏକାଠି ହୋଇଥିଲେ ବିଜେପି ବିରୋଧୀ : ହେଲେ ନଥିଲେ ମାୟା, ମମତା ଓ ଅଖିଲେଶ

ମଧ୍ୟପ୍ରଦେଶ : ତିନିଟି ରାଜ୍ୟର ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା ବିଜେପି ବିରୋଧୀ ଶକ୍ତିଙ୍କ ଏକତା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଥିଲେ ବିରୋଧୀ ଦଳ ନେତା । ଗୋଟିଏ ମଞ୍ଚରେ ପୁଣି ଥରେ ଏକାଠି ହୋଇଥିଲେ ବିଜେପି ବିରୋଧୀ । ଶକ୍ତି ପ୍ରଦର୍ଶନ କରିଛନ୍ତି । ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରୁ ରାହୁଲ ଗାନ୍ଧି ୨୦୧୯ ପାଇଁ କଂଗ୍ରେସ ମୁକ୍ତ ନୁହେଁ, କଂଗ୍ରେସ ଯୁକ୍ତ ଦେଶ ଗଠନ ଅଭିଯାନର ବାର୍ତ୍ତା ବିଜେପିକୁ ଦେଇଛନ୍ତି । ଏକ ଚାଟାର୍ଡ ପ୍ଲେନରେ ବିରୋଧୀ ଦଳ ନେତାଙ୍କୁ ଧରି ରାହୁଲ ପ୍ରଥମେ ପହଞ୍ଚିଥିଲେ ଜୟପୁର । ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଶପଥ ସମାରୋହରେ ସାମିଲ ହୋଇଥିଲେ ।

ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ରାହୁଲଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡା, ମଲିକାର୍ଜୁନ ଖଡଗେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲା, ଆର୍‌ଜେଡି ନେତା ତେଜେସ୍ୱୀ ଯାଦବ, ରାଜ୍ୟସଭା ସାଂସଦ ଶରଦ ଯାଦବ ପ୍ରମୁଖ । ପରେ ସମସ୍ତେ ଭୋପାଳରେ କମଲନାଥଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଥିଲେ ବିଜେପି ବିରୋଧୀ ହେଭିେଓ୍ଵଟ୍‌ ।

ଏହାପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ସମସ୍ତେ । ବିରୋଧୀଙ୍କ ମେଳିରେ ଯୋଗ ଦେଇ ନଥିଲେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ଜଣେ ପ୍ରତିନିଧି ଉତ୍ସବରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.