ପୁଣି ଆକ୍ସନ ମୋଡ଼ରେ ଭାରତ, ପାକିସ୍ତାନର ସମସ୍ତ ଫିଲ୍ମ, OTT ବ୍ୟାନ୍ କରିବାକୁ ନିର୍ଦ୍ଦେଶ

ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ୯ ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଛି । ଏହାରି ମଧ୍ୟରେ ପାକିସ୍ତାନ ଉପରେ ସାଇବର ଆଟାକ୍ କରିଛି ଭାରତ । ପାକିସ୍ତାନର ସମସ୍ତ OTT ପ୍ଲାଟଫର୍ମ ବ୍ୟାନ କଲା ଭାରତ। ଭାରତରେ ଆଉ ଚାଲିବନି ପାକିସ୍ତାନୀ ଫିଲ୍ମ, ଗୀତ, ଓ୍ୱେବ୍ ସିରିଜ୍ କିମ୍ୱା ପୋଡକାଷ୍ଟ।
ଏହାସହିତ OTT ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ । ଓଟିଟି ପ୍ଲାଟଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବଡ଼ ନିର୍ଦ୍ଦେଶ । ପାକିସ୍ତାନୀ ଓ୍ୱେବ୍ ସିରିଜ୍ ଓ ଫିଲ୍ମ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ । ପାକିସ୍ତାନୀ ଫିଲ୍ମ, ଗୀତ, ପୋଡକାଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନୀ ସମସ୍ତ କଣ୍ଟେଣ୍ଟ ସଂପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି ।
Also Read : ‘ତୁରନ୍ତ ପାକିସ୍ତାନ ଛାଡ଼ ନଚେତ କେଉଁଠି ଲୁଚିଯାଅ’, ନିଜ ନାଗରିକଙ୍କ ପାଇଁ ସତର୍କତା ଜାରି କଲା ଆମେରିକା