ବିରୋଧୀଙ୍କ ପ୍ରତ୍ୟେକଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ

ଦିଲ୍ଲୀ(କେନ୍ୟୁଜ୍) : ଆଜି ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତ୍ୟେକଟି ପ୍ରସଙ୍ଗ ଉପରେ ଆମେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଥିଲେ। ସଂସଦର ଆଗାମୀ ଶୀତକାଳୀନ ଅଧିବେଶନ ଫଳପ୍ରଦ ହେବ ବୋଲି ଆଶା ପ୍ରକଟ କରିବା ସହ ଶୀତକାଳୀନ ଅଧିବେଶନ ପାଇଁ ସବୁ ବିରୋଧୀ ଦଳ ଗୁଡ଼ିକର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । ଯଦି ଆବଶ୍ୟକ ପଡ଼େ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସଂସଦକୁ ଚାଲୁ ରଖିବା ସହ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ଗୃହୀତ କରାଯିବ ବୋଲି ମଧ୍ୟ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

You might also like