ଆଜିଠୁ ଖୋଲିଲା ଦିଲ୍ଲୀର ସମସ୍ତ ସ୍କୁଲ, କଲେଜ: ପ୍ରଦୂଷଣ ପାଇଁ ରହିଥିଲା ବନ୍ଦ

କେନ୍ୟୁଜ୍(ବ୍ୟୁରୋ) : ଖୋଲିଲା ଦିଲ୍ଲୀର ସମସ୍ତ ସ୍କୁଲ, କଲେଜ। ଓ୍ଵାର୍କ ଫର୍ମ ହୋମ ମଧ୍ୟ ସରିଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିବାରୁ ସମସ୍ତ ସ୍କୁଲ, କଲେଜ ବନ୍ଦ କରିଦିଆଯାଇଥିଲା। ନଭେମ୍ବର ୧୩ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଗୋଟିଏ ସପ୍ତାହ ପାଇଁ ସ୍କୁଲ, କଲେଜ ବନ୍ଦ କରିବାକୁ ଘୋଷଣା କରିଥିଲେ। ଅନଲାଇନ୍‌ରେ ପାଠପଢା ଜାରି ରଖିବାକୁ କହିଥିଲେ।

ତେବେ ଗତକାଲି ସୋମବାରଠୁ ସ୍କୁଲ ଖୋଲିବା ନେଇ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିୟା ଟ୍ଵିଟ କରି ସୂଚନା ଦେଇଥିଲେ। ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଦିଲ୍ଲୀରେ ଏବେ ବି ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ରହିଛି।

ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜି ଠାରୁ ଡିସେମ୍ବର ୩ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ସହିତ ବ୍ୟବସାୟିକ ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେବଳ ସିଏନଜି ଏବଂ ଇଲେକ୍ଟ୍ରିକ୍ ବାଣିଜ୍ୟିକ ଯାନଗୁଡିକ ଡିସେମ୍ବର ୩ ପର୍ଯ୍ୟନ୍ତ ଦିଲ୍ଲୀରେ ଚାଲିବାକୁ ଅନୁମତି ଦିଆଯାଇଛି ।  ନିଷ୍ପତ୍ତି ଅନୁସାରେ କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ପେଟ୍ରୋଲ ଓ ଡିଜେଲଚାଳିତ ଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ସାଧାରଣ ସ୍ତରକୁ ଆସିବ ବୋଲି ଆଶା କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.