ଶୁକ୍ରବାର ଠାରୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ, ପୁଣି ବାୟୁ ପ୍ରଦୂଷଣ ବଢ଼ାଇଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଠାରୁ ଦିଲ୍ଲୀରେ ସବୁ ସ୍କୁଲ ରହିବ ବନ୍ଦ । ସାଂଘାତିକ ବାୟୁ ପ୍ରଦୂଷଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠୁ ପରବର୍ତ୍ତୀ ଆଦେଶଯାଏ ଦିଲ୍ଲୀର ସବୁ ସ୍କୁଲ ବନ୍ଦ ରହିବ । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରୟ ଏହା କହିଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ମାମଲାରେ ଶୁଣାଣୀ ହୋଇଥିଲା ।

ପ୍ରଦୂଷଣ ସ୍ତର ବଢୁଥିବା ବେଳେ ସ୍କୁଲ ଖୋଲାଯାଇଥିବାରୁ ସର୍ବୋଚ୍ଚ ଅଦାଲତ ଉଦ୍ବେଗ ପ୍ରକାଶ କରିଛନ୍ତି । ଏନେଇ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଲାଗୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ଅଦାଲତ ।

ଯଦି କିଛି ପଦକ୍ଷେପ ନ ନିଅନ୍ତି ତେବେ କୋର୍ଟ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି । ଆସନ୍ତାକାଲି ଦିନ ୧୦ଟାରେ ପରବର୍ତ୍ତୀ ଶୁଣାଣି ହେବ । ପ୍ରକାଶଯୋଗ୍ୟ ଯେ କିଛି ମାସ ଧରି ଦିଲ୍ଲୀର ବାୟୁ ସ୍ତର ଏତେ ମାତ୍ରାରେ ପ୍ରଦୂଷିତ ହୋଇଥିଲା ଯେ ଦିନରେ ବି ଅନ୍ଧାରର ଭ୍ରମ ସୃଷ୍ଟି କରିଥିଲା । ଏହାକୁ ନେଇ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.