୯ ମାସ ପରେ ଆଜିଠୁ ମହାରାଷ୍ଟ୍ରରେ ଖୋଲିଲା ସମସ୍ତ ମନ୍ଦିର, କୋଭିଡ୍‌ ଗାଇଡ ଲାଇନ୍‌କୁ କଡ଼ାକଡ଼ି ପାଳନ କରି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ମହାରାଷ୍ଟ୍ର: ୯ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ମନ୍ଦିର । ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ସହ ଅନ୍ୟ ଧାର୍ମିକ ସ୍ଥଳୀ ଖୋଲାଯାଇଛି। କୋଭିଡ୍‌ ଗାଇଡ ଲାଇନ୍‌କୁ କଡ଼ାକଡ଼ି କରିଛନ୍ତି ମହାରାଷ୍ଟ୍ର ସରକାର । ମନ୍ଦିର ପ୍ରବେଶ ପୂର୍ବରୁ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ମାସ୍କ ଓ ହ୍ୟାଣ୍ଡ ସାନିଟାଇଜିଂ ବାଧ୍ୟତାମୂଳକ ।

ବୟସ୍କ ଲୋକଙ୍କୁ ମନ୍ଦିର ନଆସିବାକୁ ପରାମର୍ଶ ଦିଆଯାଇଛି । ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରରେ ଶ୍ରଦ୍ଧାଳୁ ପହଞ୍ଚି ଦର୍ଶନ କରିଛନ୍ତି। ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି କରାଯାଇଛି। ସିରିଡ଼ିର ପ୍ରସିଦ୍ଧ ସାଇ ମନ୍ଦିର ମଧ୍ୟ ଆଜିଠାରୁ ଖୋଲାଯାଇଛି। କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ସମସ୍ତ ମନ୍ଦିର ବନ୍ଦ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.