ହାୱଡା-ମୁମ୍ବାଇ ଏକ୍ସପ୍ରେସ୍ ର ୧୮ଟି ବଗି ଲାଇନଚ୍ୟୁତ: ଦୁର୍ଘଟଣା ପରେ ଏହି ସବୁ ଟ୍ରେନ୍ ବାତିଲ୍

ପୁଣି ଟ୍ରାକରୁ ଖସିଲା ବଗି । ହାୱଡା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ । ମାଲଗାଡ଼ିକୁ ଧକ୍କା ଦେଇ ଟ୍ରାକରୁ ଖସିଲା ଏକ୍ସପ୍ରେସ । ଝାଡ଼ଖଣ୍ଡ ଚକ୍ରଧରପୁରରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। । ରାଜଖରସୁଆଁ ଓ ବାରାବାମ୍ବୁ ମଧ୍ୟରେ ୧୮ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଭୋର ୩ଟା ୪୩ ମିନିଟରେ ହୋଇଛି ଦୁର୍ଘଟଣା । ଦୁର୍ଘଟଣାରେ ୩ ମୃତ ୨୦ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଚକ୍ରଧରପୁର ଡିଭିଜନ୍ ରାଜଖରସୁଆଁରୁ ୭ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର୍ ପ୍ରାୟ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଟ୍ରେନ୍‌ ଟି ଲାଇନଚ୍ୟୁତ ହୋଇଥିଲା । ଯାହା କୁହାଯାଉଛି କି, ୧୨୮୧୦ ହାୱଡା-ସିଏସଏମଟି ଏକ୍ସପ୍ରେସ ଆଜି ଭୋର ସମୟରେ ରାଜଖରସୁଆଁ ୱେଷ୍ଟ ଆଉଟର ଓ ବାରାବାମ୍ବୋ ମଧ୍ୟରେ ଥିବା ଚକ୍ରଧରପୁରରେ ଲାଇନଚ୍ୟୁତ ହୋଇଥିଲା । ପ୍ରାଥମିକ ସୂଚନା ଅନୁସାରେ ୬ ଯାତ୍ରୀ ଆହତ ହୋଇଥିବା ନେଇ ଖବର ହସ୍ତଗତ ହୋଇଥିଲା । ପରବର୍ତ୍ତୀ ସମୟରେ ୩ ମୃତ ୨୦ରୁ ଅଧିକ ଆହତ ହୋଇଥିବା ନେଇ ଆସି ପହଁଚିଛି । ତେବେ ଉଦ୍ଧାରକରୀ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ରେଲୱେ ମେଡିକାଲ୍ ଟିମ୍ ଆହତ ଯାତ୍ରୀଙ୍କ ଚିକିତ୍ସା ତୁରନ୍ତ ଆରମ୍ଭ କରିଛନ୍ତି ।

ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ବି ପହଞ୍ଚିଛନ୍ତି । ଏହି ଟ୍ରେନ୍ ଝାରସୁଗୁଡ଼ା ଓ ରାଉରକେଲା ଦେଇ ଯାତାୟତ କରୁଥିବା ହେତୁ ଏଥିରେ ବହୁ ଓଡ଼ିଆ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣା ପରେ ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର,ହାୱଡା, ରାଞ୍ଚି,ନାଗପୁର,ମୁମ୍ୱାଇ ପାଇଁ ହେଲ୍ପଲାଇନ୍ ଜାରି ହୋଇଛି । ତେବେ ଥରେ ନଜର ପକାନ୍ତୁ ଏହି ହେଲ୍ପଲାଇନ୍ ନମ୍ବର ଉପରେ । ଯଦି ଦୁର୍ଘଟଣା ଘଟିଥିବା ଟ୍ରେନ୍ ରେ ଆପଣଙ୍କ କେହି ସମ୍ପକୀୟ ଯାତ୍ରା କରୁଥିଲେ, ଏବଂ ତାଙ୍କ ବିଷୟରେ କୌଣସି ପ୍ରକାରର ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଏହି ହେଲ୍ପଲାଇ ନମ୍ବରରେ ଯୋଗାଯୋଗ କରନ୍ତୁ ।

ଟାଟାନଗର: 06572290324
ଚକ୍ରଧରପୁର :06587238072
ରାଉରକେଲା: 06612501072, 06612500244
ହାୱଡା : 9433357920, 03326382217
ରାଞ୍ଚି :0651-27-87115
HWH ହେଲ୍ପ ଡେସ୍କ: 033-26382217, 9433357920
SHM ହେଲ୍ପ ଡେସ୍କ : 6295531471, 7595074427
KGP ହେଲ୍ପ ଡେସ୍କ : 03222-293764
CSMT ହେଲ୍ପଲାଇନ ଅଟୋ ନଂ : 55993
P & T 022-22694040
ମୁମ୍ୱାଇ : 022-22694040
ନାଗପୁର : 7757912790

ଏପଟେ ଏହି ଦୁର୍ଘଟଣା ପରେ 22861 ହୱଡା-କଣ୍ଟାବାଞ୍ଝି ଏକ୍ସପ୍ରେସ୍, 08015/18019 ଖଗଡପୁର ଧନବାଦ୍ ଏକ୍ସପ୍ରେସ୍ , 12021/12022 ହାୱଡା ବଡବିଲ୍ ଏକ୍ସପ୍ରେସ୍ ବାତିଲ୍ କରାଯାଇଥିବା ସୂଚନା ମିଳିଛି ।