ମତଦାତାଙ୍କ ପାଇଁ କ୍ଷତିକାରକ ଭୋଟ୍ କାଳି, ଆପଣ ବି ଜାଣନ୍ତୁ ଏ ଖବର
ଆପଣ କେବେ ଭୋଟ ଦେଇଛନ୍ତି । ଯଦି ଦେଇଛନ୍ତି ତାହେଲେ କେତେ ଥର ଦେଇଛନ୍ତି । ସତ କହିଲେ ଭୋଟ ଦେଲାପରେ କାଳି ଲାଗିଥିବା ଆଙ୍ଗୁଠିର ସେଲ୍ଫି ନେଇ କେତେ ଥର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବିଶେଷ କରି ଭୋଟରମାନେ ଭୋଟ ଦେଇସାରିବା ପରେ ବୁଥ୍ ଅଫିସର ସେମାନଙ୍କ ହାତରେ ଏକ ଅଲିଭା କାଳି ଲଗାଇଥାନ୍ତି ।
ଆପଣ କେବେ ଭୋଟ ଦେଇଛନ୍ତି । ଯଦି ଦେଇଛନ୍ତି ତାହେଲେ କେତେ ଥର ଦେଇଛନ୍ତି । ସତ କହିଲେ ଭୋଟ ଦେଲାପରେ କାଳି ଲାଗିଥିବା ଆଙ୍ଗୁଠିର ସେଲ୍ଫି ନେଇ କେତେ ଥର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବିଶେଷ କରି ଭୋଟରମାନେ ଭୋଟ ଦେଇସାରିବା ପରେ ବୁଥ୍ ଅଫିସର ସେମାନଙ୍କ ହାତରେ ଏକ ଅଲିଭା କାଳି ଲଗାଇଥାନ୍ତି । କିନ୍ତୁ ଆପଣଙ୍କୁ ବୋଧହୁଏ ଜଣାନଥିବ ଯେ ଏହି କାଳି ବା ଇଙ୍କ୍ କେତେ ଘାତକ ସାଜିପାରେ ଆପଣଙ୍କ ଜୀବନ ପାଇଁ । ଆମେ ଏମିତି ମନରୁ କିଛି କହୁନୁ ଆଜ୍ଞା, ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଏହି ଭୋଟ କାଳି ପାଇଁ ନିଜର ଦୁଇଟି ଆଙ୍ଗୁଠିକୁ ହରାଇବାକୁ ପଡିଛି ।
ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏ ଘଟଣା । ଯେଉଁଠାରେ ଏହି କାଳି ଲଗାଇବା ପରେ ଯୁବକଙ୍କର ଆଙ୍ଗୁଳିରେ ସଂକ୍ରମଣ ହୋଇଯାଇଥିଲା । ଶେଷରେ ଯୁବକଙ୍କ ଜଣଙ୍କର ଦୁଇଟି ଆଙ୍ଗୁଳି କାଟି ଦିଆଯାଇଛି । ଏନେଇ ନିର୍ବାଚନ ଆୟୋଗ ଏହି କାଳିକୁ ସମ୍ପୂର୍ଣ୍ଣ ନିରାପଦ ବୋଲି କହିଥିଲେ ବି କାଳି ଲଗାଇବା ପରେ ଯୁବକଙ୍କର ଆଙ୍ଗୁଳିରେ ସଂକ୍ରମଣ ହୋଇଥିବା କଥା ଜଣାପଡିଛି ।
ସୂଚନା ମୁତାବକ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଧର୍ମପୁର ତହସିଲର ଏହି ଘଟଣା । ଏଠାରେ ପଞ୍ଚାୟତ ନିର୍ବାଚନରେ ସଂଜୟ କୁମାର ନାମକ ଜଣେ ୪୦ ବର୍ଷିୟ ଯୁବକ ଭୋଟଦାନ ପରେ ହାତରେ କାଳି ଲଗାଇଥିଲା । ହେଲେ ଏହି କାଳି ଲଗାଇବା ପରେ ତାଙ୍କର ଦୁଇଟି ଆଙ୍ଗୁଳି ସଂକ୍ରମିତ ହୋଇଯାଇଥିଲା । ଆଙ୍ଗୁଳି ଦରଜ ହେବା ଆରମ୍ଭ କରିବା ପରେ କଳାପଡିଯାଇଥିଲା । ଏହାପରେ ସଂଜୟ ଡାକ୍ତରଙ୍କ ପାଖକୁ ଯାଇଥିଲା । ସମସ୍ତ ପରୀକ୍ଷା ପରେ ଡାକ୍ତର କହିଥିଲେ କି ଆଙ୍ଗୁଳି ନକାଟିଲେ ସଂକ୍ରମଣ ବଢିପାରେ । ଚଣ୍ଡିଗଡ ପିଜିଆଇରେ ଦୁଇମାସ ଚିକିତ୍ସା ହେବା ପରେ କିଛି ଫଳ ନମିଳିବାରୁ ଶେଷରେ ସଂଜୟଙ୍କ ବାମ ହାତର ଦୁଇଟି ଆଙ୍ଗୁଳି କାଟି ଅପରେସନ କରିଛନ୍ତି ଡାକ୍ତର ।
ଏ ସମ୍ପର୍କରେ ଡାକ୍ତର ଜଣାଇଛନ୍ତି ଯେ ରୋଗୀର ଲକ୍ଷଣ ରେନାଲ୍ଡସ ଫେନୋମିଆ କିମ୍ବା ଥ୍ରୋବୋଏଞ୍ଜାଇଟିସ୍ ଓବଲିଟ୍ରାନ୍ସ ସହ ସାମଞ୍ଜସ୍ୟ ରହିଛି । ଇଣ୍ଡେଲିବେଲ ଇଙ୍କରେ ସିଲଭର ନାଇଟ୍ରେନଟ, ଡାଇ ଏବଂ କିଛି ଅନ୍ୟ କେମିକାଲ ରହିଥାଏ । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦେଶର ନିର୍ବାଚନ ସମୟରେ ଇଙ୍କର ବ୍ୟବହାର ୧୯୬୦ ମସିହାରୁ କରାଯାଇ ଆସୁଛି ।