ହାଇକୋର୍ଟଙ୍କ ବଡ ଘୋଷଣା, ବାପା ମା’ଙ୍କ ଇଚ୍ଛା ବିରୋଧରେ ବିବାହ କଲେ ମିଳିବ ନାହଁ ସୁରକ୍ଷା

ବିବାହକୁ ନେଇ ଆହ୍ଲାବାଦ କୋର୍ଟ ଏକ ରିଟ୍ ପିଟିସନ ଉପରେ ବଡ ଶୁଣାଣି କରିଛନ୍ତି । ଅନେକ ପିଲା ବାପା ମା’ଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରୁଛନ୍ତି । ବାପା ମା’ଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ନବ ଦମ୍ପତିଙ୍କୁ କୌଣସି ପ୍ରକାର ସୁରକ୍ଷା ଦିଆଯିବ ନାହିଁ ବୋଲି ରାୟ ଶୁଣାଇଲେ ଆହ୍ଲାବାଦ ହାଇକୋର୍ଟ । ଦମ୍ପତିଙ୍କ ଉପରେ ସେମିତି ବିଶେଷ ବିପଦ ନଥିଲେ ପୋଲସକୁ ସୁରକ୍ଷା ଦାବି କରିପାରିବେ ନାହିଁ । ଦମ୍ପତି କୋର୍ଟରେ ପିଟିସନ ଦାଖଲ କରିବା ପରେ ରିଟ୍ ପିଟିସନକୁ ଖାରଜ କୋର୍ଟ କରିଛନ୍ତି ।

ଶ୍ରେୟା କେଶରୱାନୀ ଏବଂ ତାଙ୍କ ସ୍ବାମୀ କୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ । ସେମାନଙ୍କ ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନରେ ବାପା, ମା’ ହସ୍ତକ୍ଷେପ ନକରିବାକୁ ନିର୍ଦ୍ଦେଶ ମାଗିଥିଲେ । ଏହି ପିଟିସନ ଆଧାରରରେ କୋର୍ଟ କହିଛନ୍ତି ଯେ, ଜୀବନକୁ ସୁରକ୍ଷା ଯୋଗାଇବା ପାଇଁ ହସ୍ତକ୍ଷେପ କରିପାରିବେ କିନ୍ତୁ ପରସ୍ପରକୁ ସମର୍ଥନ କରିବା ଏବଂ ସମାଜକୁ ସାମ୍ନା କରିବା ଉଚିତ୍  । ଦମ୍ପତିଙ୍କ ଯୁକ୍ତିଗୁଡିକୁ କୋର୍ଟ ସମ୍ପୂର୍ଣ୍ଣ ଅନୁଧ୍ୟାନ କରିବା ପରେ ଆବେଦନକାରୀ  ଉପରେ ଗମ୍ଭୀର ବିପଦ ନଥିବା ଉଲ୍ଲେଖ କରି ସେମାନଙ୍କ ରିଟ୍ ପିଟିସନକୁ ଖାରଜ କରିଥିଲେ ହାଇକୋର୍ଟ ।

ଆହୁରି ମଧ୍ୟ କହିଛନ୍ତି, ଆବେଦନକାରୀ ଜୀବନ ଏବଂ ସ୍ବାଧିନତା ବିପଦରେ ଅଛି ବୋଲି ସିଦ୍ଧାନ୍ତ ନେବାର କିଛି କାରଣ ନାହିଁ । ଦମ୍ପତିଙ୍କ ଆବେଦନରେ ସେମିତି ବିଶେଷ କୌଣସି ପ୍ରମାଣ ପାଇନଥିଲେ ହାଇକୋର୍ଟ । ବୟସ୍କ ବାପା, ମା’ଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ଆଇନଗତ ଭାବେ କୌଣସି ସୁରକ୍ଷା ଦିଆଯିବ ନାହିଁ । ଯଦି ଦମ୍ପତିଙ୍କ ସହ ଖରାପ ବ୍ୟବହାର କରିନ୍ତି କିମ୍ବା କ୍ଷତି କରନ୍ତି ତେବେ ସୁରକ୍ଷା ପାଇଁ ପୋଲିସ ଓ କୋର୍ଟ ପାଖକୁ ଯାଇପାରିବେ । ଯାହା ପରେ ଏପରି ନିଷ୍ପତିର ଶୁଣାଣି କରିଛନ୍ତି । ହାଇକୋର୍ଟଙ୍କ ଶୁଣାଣିରେ ଅସମ୍ବେଦନଶୀଳ ମନ୍ତବ୍ୟ ଆସିବା ପରେ ସୁପ୍ରିମକୋର୍ଟ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ।

Also Read : ୫୦ କୋଟି କୁକୁରର ମିଛ କାହାଣୀ, ଇଡି ତଦନ୍ତରୁ ସାମ୍ନାକୁ ଆସିଲା ସତ