ଆତଙ୍କବାଦୀଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଇଥିବା ବ୍ୟକ୍ତି ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମୃତ, ପୋଲିସ ଜାରି କଲା ଡ୍ରୋନ ଭିଡିଓ

ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଇଥିବା ଆତଙ୍କୀ ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣକ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀ ଜଙ୍ଗଲରୁ ନଦୀକୁ ଡେଇଁ ଖସିଯାଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି ।
ଜମ୍ମୁ କଶ୍ମୀର ରକି ନଦୀକୁ ଡେଇଁ ଆତଙ୍କବାଦୀ ପହଁରି ପହଁରି ଯାଉଥିବାର ଭିଡିଓ ଦେଖିବାକୁ ମିଳିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ରାଷ୍ଟ୍ରୀୟ ରାଇଫଲ ଏବଂ ଏସଓଜି ଯବାନମାନେ ଆତଙ୍କବାଦୀର ପିଛା କରୁଥିବା ବେଳେ ତାର ମୃତ୍ୟୁ ହୋଇଛି ।
ବ୍ୟକ୍ତି ଜଣଙ୍କ କୁଲଗାମ ଜିଲ୍ଲାର । ଆତଙ୍କୀଙ୍କୁ ରହିବା ଏବଂ ଖାଇବାକୁ ଦେଇଥିଲେ । ସେ ପହଲଗାମ ଆତଙ୍କୀଙ୍କୁ ସହଯୋଗ କରୁଥିଲା । ୨୩ ବର୍ଷୀୟ ଇମିତିଆଜ ଅହମଦ ମାଗ୍ରେ ଜଙ୍ଗଲରେ ଥିବା ନଦୀକୁ ଡେଇଁ ପଡ଼ିଥିଲା ।
ଶନିବାର ପୋଲିସ ମାଗ୍ରେଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ସେ ପୋଲିସକୁ କହିଥିଲେ ଯେ, ସେ କୁଲଗାମର ତଙ୍ଗମାର୍ଗରେ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖାଦ୍ୟ ଓ ଲଜିଷ୍ଟିକ୍ସ ଯୋଗାଇ ଦେଇଥିଲେ । ରବିବାର ସକାଳେ, ପୋଲିସ ଓ ସେନାର ମିଳିତ ଟିମ୍ ଆତଙ୍କୀ ଲୁଚିବା ସ୍ଥାନରେ ଅଭିଯାନ ପାଇଁ ନେଇ ଯାଉଥିବା ବେଳେ ଆତଙ୍କୀ ଜଣକ ନଦୀରେ ଡେଇଁ ପଡ଼ିଥିଲେ ।
Kulgam | May 4
Imtiyaz Ahmad Magray (23), detained for aiding terrorists, tried to escape during a joint Police-Army raid and jumped into the Veshaw River. He was swept away by the current and drowned.
CCTV shows he jumped willingly. Forces shouldn’t be blamed for his death. pic.twitter.com/lM8pd8rpfE— muzufar khan (@MUZUFARKHAN) May 4, 2025
ଏହାକୁ ନେଇ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଇମ୍ତିୟାଜ ଅହମଦ ମାଗ୍ରେଙ୍କ ମୃତ୍ୟୁରେ ଏକ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଥିଲେ
ଏହାପରେ ପୋଲିସ ଡ୍ରୋନ ଫୁଟେଜ ଜାରି କରିଛି । ଯେଉଁଥିରେ ଆତଙ୍କୀ ଜଣକ ପାଣିପିଇବା ବାହାନା କରି ପାଣି ପିଉଥିବା ବେଳେ ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଛି । କିନ୍ତୁ ପାଣିର ସ୍ରୋତରେ ପଥରରେ ମାଡ଼ ହୋଇ ଜୀବନ ଚାଲିଯାଉଛି ।
Also Read : NIA କରୁଛି ଯାଞ୍ଚ, କାହିଁକି ଆକ୍ରମଣ ଦିନ ସ୍ଥାନୀୟ ଦୋକାନୀ ଖୋଲିନଥିଲେ ଦୋକାନ?