ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଆଲୋକ ବର୍ମାଙ୍କ ବିରୋଧରେ ଅସ୍ଥାନା ଆଣିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ସିଭିସିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଏସ୍‌.କେ କାଉଲଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବ । ପୂର୍ବରୁ ଏହି ମାଲାର ଶୁଣାଣି ତିନି ଜଣିଆ ଖଣ୍ଡପୀଠରେ ହୋଇଥିଲା । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ଚାଲିଛି । ଉଭୟ ଆଲୋକ ବର୍ମା ଏବଂ ରାକେଶ ଅସ୍ଥାନାଙ୍କୁ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ପଚରାଉଚରା କରିଛନ୍ତି । ବର୍ମା ଓ ଅସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ କେନ୍ଦ୍ର ସରକାର ଦୁଇ ଜଣଙ୍କୁ ଛୁଟିରେ ପଠାଇଛନ୍ତି । ଅନ୍ୟପଟେ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଏମ.ନାଗେଶ୍ୱର ରାଓ ଅକ୍ଟୋବର ୨୩ ତାରିଖ ପରଠାରୁ ବର୍ତ୍ତମାନ ପର୍ଯ୍ଯନ୍ତ କଣ ସବୁ ନିଷ୍ପତ୍ତିି ନେଇଛନ୍ତି ସେ ସଂପର୍କରେ କୋର୍ଟଙ୍କୁ ଅବଗତ କରାଯିବ ।