ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବା ପ୍ରସଙ୍ଗ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ଆଲୋକ ବର୍ମାଙ୍କୁ ମିଳିବ କି ଆଶ୍ୱସ୍ତି ? ତାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବା କେତେ ନ୍ୟାୟ ସଙ୍ଗତ? ଏନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ସୁପ୍ରିମକୋର୍ଟଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ସିବିଆଇକୁ ବାହ୍ୟ ଚାପରୁ ମୁକ୍ତ ରଖିବାକୁ ୧୯୯୭ରେ ବିନିତ ନାରାୟଣ କେଶରେ ରାୟ ଦେଇ ସୁପ୍ରିମକୋର୍ଟ କହିଥିଲେ, ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ଯକାଳ ସର୍ବନିମ୍ନ ୨ ବର୍ଷ ରହିବା ଆବଶ୍ୟକ। ଏହି ଆଧାରରେ ଆସନ୍ତା ଜାନୁଆରୀରେ ଆଲୋକ ବର୍ମାଙ୍କ କାର୍ଯ୍ଯକାଳ ସରୁଥିଲା। ତା ପୂର୍ବରୁ ତାଙ୍କୁ ବାଧ୍ୟତା ମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯିବାକୁ ଚ୍ୟାଲେଞ୍ଜ କରିଛନ୍ତି ଆଲୋକ ବର୍ମା।

Alok-Vermaଏହାସହ ଆଲୋକ ବର୍ମାଙ୍କ ଯୁକ୍ତି, ସିବିଆଇ କେନ୍ଦ୍ର ସରକାରଙ୍କ ଡିଓପିଟି ବିଭାଗରୁ ସ୍ୱତନ୍ତ୍ର ରହିବା ଅବଶ୍ୟକ। କାରଣ ଡିଓପିଟି ବିଭାଗ ସିବିଆଇ କାର୍ଯ୍ଯ ଶୈଳୀକୁ ପ୍ରଭାବିତ କରୁଛି। ଏପରି ଆବେଦନ କରି ସରକାରଙ୍କୁ ସିଧାସିଧା ଟାର୍ଗେଟ୍‌ କରିଛନ୍ତି ଆଲୋକ ବର୍ମା। ସରକାରଙ୍କ ଡିଓପିଟି ବିଭାଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯ।ଳୟ ଅଧିନରେ ଆସୁଛି। ଏହାସହ କମନ କଜ୍‌ ସଂଗଠନ ମଧ୍ୟ ଆଲୋକ ବର୍ମାଙ୍କୁ ହଟାଇବାକୁ ନେଇ ଚ୍ୟାଲେଞ୍ଜ କରିଛି। ସଂଗଠନ ଯୁକ୍ତି, ଲୋକପାଳ ଆଇନ ଆସିବା ପରଠାରୁ, ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଏକ ଉଚ୍ଚ ସ୍ତରୀୟ ଚୟନ କମିଟି କରନ୍ତି। ଯେଉଁଥିରେ ଅଛନ୍ତି ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି । ଯଦି ଅନିବାର୍ଯ୍ଯ କାରଣରୁ ୨ ବର୍ଷ ପୂର୍ବରୁ ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଯାଏ ତେବେ ସେହି ଉଚ୍ଚ ସ୍ତରୀୟ କମିଟିର ଅନୁମତି ଆବଶ୍ୟକ। ଏହାସହ ବର୍ତ୍ତମାନ ଏମ୍‌. ନାଗେଶ୍ୱର ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ଅନ୍ତରୀଣ ଦାୟିତ୍ୱ ଦିଆଯାଇଛି। ତାଙ୍କ ନିଯୁକ୍ତିକୁ ମଧ୍ୟ ଉଚ୍ଚ ସ୍ତରୀୟ କମିଟିର ଅନୁମତି ମିଳି ନଥିବା କମନ କଜ୍‌ ଯୁକ୍ତି ବାଢିଛି। ତେଣୁ ନାଗେଶ୍ୱର ରାଓଙ୍କୁ ପଦରୁ ହଟାଇବାକୁ ମଧ୍ୟ ପିଟିସନରେ ଆବେଦନ କରାଯାଇଛି।

ଆଲୋକ ବର୍ମାଙ୍କୁ ପଦରୁ ହଟାଇବାକୁ ନେଇ ଆଜି ଦିଲ୍ଲୀ ସିବିଆଇ ହେର୍ଡକ୍ୱାର୍ଟର ଘେରିବ କଂଗ୍ରେସ

୧୧୧୧ସେପଟେ ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇବାକୁ ନେଇ ତେଜିଛି ରାଜନୀତି । ପ୍ରତିବାଦରେ ଆଜି ଦିଲ୍ଲୀ ସିବିଆଇ ହେର୍ଡକ୍ୱାର୍ଟର ଘେରିବ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିବ କଂଗ୍ରେସ । ସେହିପରି ଦେଶର ସବୁ ସିବିଆଇ କାର୍ଯ୍ଯାଳୟ ଆଗରେ କଂଗ୍ରେସ ପ୍ରତିବାଦ କରିବ ବୋଲି ଟ୍ଵିଟ୍‌ କରିଥିଲେ ରାହୁଲ । ସେପଟେ କଂଗ୍ରେସକୁ ସମର୍ଥନ କରି ପ୍ରତିବାଦ ଆନ୍ଦୋଳନରେ ସାମିଲ ହେବ ତୃଣମୂଳ କଂଗ୍ରେସ । ଏହାକୁ ଦୃଷ୍ଟିରେ ରଖି ସିବିଆଇ ଅଫିସ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ । ଯାଞ୍ଚକୁ ବି କଡ଼ାକଡ଼ି କରାଯାଇଛି ।