ଦିବ୍ୟାଙ୍ଗ ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣା, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି

ନୂଆଦିଲ୍ଲୀ : ରାଜସ୍ଥାନର ଅଲବର୍‌୍‌ରେ ଜଣେ ୧୬ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ସହ ଗଣଦୁଷ୍କର୍ମ ଘଟଣାରେ ଏବେ ଯାଏଁ କେହି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ଯାହାକୁ ନେଇ ସାଧାରଣ ଜନତା ଏବଂ ରାଜନୈତିକ ଦଳ ସରକାର ଏବଂ ପୋଲିସ୍‌କୁ କଡ଼ା ସମାଲୋଚନା କରିଛନ୍ତି ।
ଡାକ୍ତରଙ୍କ କହିବା ଅନୁସାରେ ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ନାବାଳିକାର ଗୁପ୍ତାଙ୍ଗକୁ ଏକ ଧାରୁଆ ଅସ୍ତ୍ରରେ କ୍ଷତାକ୍ତ କରି ଦେଇଛନ୍ତି । ଯାହା ଫଳରେ ନାବାଳିକାର ଗୁପ୍ତାଙ୍ଗ ମଳଦ୍ୱାର ସହ ମିଶି ଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନାବାଳିକାକୁ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ୮ ଘଣ୍ଟାର ପରିଶ୍ରମ ପରେ ଦିବ୍ୟାଙ୍ଗ ନାବାଳିକାର ଅସ୍ତ୍ରୋପଚାରରେ ସଫଳ ହୋଇଛନ୍ତି ।

ଅଲବର ପୋଲିସ ଏହି ଘଟଣାର ଯାଞ୍ଚ କଲା ପରେ ମଧ୍ୟ କୌଣସି ଠୋସ ପ୍ରମାଣ ପାଇ ପାରିନାହିଁ। ଶୁକ୍ରବାର ଦିନ ଅଲବର ପୋଲିସ ଅଫିସର ତେଜସ୍ୱିନୀ ଗୌତମୀ ଏ ନେଇ ସୂଚନା ଦେଇଛନ୍ତି । ସେ ନିଜେ ଗଣମାଧ୍ୟମରେ ମେଡିକାଲ ରିପୋର୍ଟ ପ୍ରକାଶ କଲା ବେଳେ ଏହି ଘଟଣାରୁ କିଛି ସ୍ପଷ୍ଟ ହୋଇନାହିଁ ବୋଲି ମଧ୍ୟ କହିଛନ୍ତି ।
ଏହି ମାମଲାରେ ଏବେ ଯାଏ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନାହାନ୍ତି। ପୋଲିସ୍‌ର କହିବା ଅନୁସାରେ ଏହି ସହରର ୨୫ କିଲୋମିଟର ଭିତରେ ୩୦୦ଟି ସିସିଟିଭି ଲଗାଯାଇଛି ।

ଏହା ପରେ ମଧ୍ୟ ବଳାତ୍କାରୀମାନେ ଧରା ନପଡ଼ିବା ଅତି ଆଶ୍ଚର୍ଯ୍ୟର କଥା ପୀଡିତା ଙ୍କ ପରିବାରରେ ତାଙ୍କ ବାପା ଓ ମାଆ ରୁହନ୍ତି । ଉଭୟ ଦିନ ମଜୁରିଆ । ଏହା ଛଡା ଦିବ୍ୟାଙ୍ଗ ନାବାଳିକାର ଜଣେ ଭାଇ ମଧ୍ୟ ଅଛି। ରାଜସ୍ଥାନର ଏହି ଘଟଣାରେ ସରକାରଙ୍କୁ ଆକ୍ଷେପ କରାଯାଇଛି । ଆଉ ବିଜେପି ଦିବ୍ୟାଙ୍ଗ ନାବାଳିକାକୁ ନ୍ୟାୟ ଦେବା ନିମନ୍ତେ ସ୍ୱର ଉତ୍ତୋଳନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.