ଦେଶ ବିଦେଶ

୫୦ ବର୍ଷ ଧରି ଇଣ୍ଡିଆ ଗେଟ୍‌ରେ ଜଳୁଥିବା ‘ଅମର ଯବାନ ଜ୍ୟୋତି’ର ହେବ ବିଲୟ! ଆଜିଠୁ ଜାତୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ ହେବ ପ୍ରଜ୍ଜ୍ୱଳିତ

ଦେଶରେ ଗଣତନ୍ତ୍ର ଦିବସ ପୂର୍ବରୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଜାତୀୟ ଯୁଦ୍ଧ ସ୍ମାରକୀରେ ଆଜି ବିଲୟ ହେବ ଅମର ଯବାନ ଜ୍ୟୋତି। ଦିଲ୍ଲୀରେ ଇଣ୍ଡିଆ ଗେଟ୍‌ରେ ୫୦ ବର୍ଷ ଧରି ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ ଜ୍ୟୋତି ଆଜିଠାରୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ ଜଳିବ। ରାଜଧାନୀ ଦିଲ୍ଲୀରେ ଏ ପର୍ଯ୍ୟନ୍ତ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟର ପରିଚୟ ସୃଷ୍ଟି କରିଥିଲା। କିନ୍ତୁ ଏଣିକି ଏହା ଇଣ୍ଡିଆ ଗେଟ ବଦଳରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ ପ୍ରଜ୍ଜ୍ୱଳିତ ହେବ। ଆଜି ଏହାର ବିଲୟ କରାଯିବ। ଇଣ୍ଡିଆ ଗେଟରେ ଅମର ଯବାନ ଜ୍ୟୋତି ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦ ଯବାନଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିଲା। ଭାରତ ଓ ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଅମର ଯବାନ ଜ୍ୟୋତିକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳୀକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି।

ଶୁକ୍ରବାର ଅର୍ଥାତ୍‌ ଆଜି ଅମର ଯବାନ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେବ। ଭାରତୀୟ ସେନାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିକୁ ବନ୍ଦ କରି ଦିଆଯିବ ଏବଂ ଶୁକ୍ରବାର ଏକ ସମାରୋହରେ ଏହାକୁ ଜାତୀୟ ଯୁଦ୍ଧ ସ୍ମାରକୀ ଅଗ୍ନି ଶିଖାରେ ମିଶ୍ରଣ କରାଯିବ। ଅଧିକାରୀ କହିଛନ୍ତି, ଏକୀକୃତ ରକ୍ଷା ଷ୍ଟାଫ୍‌ର ପ୍ରମୁଖ ଏୟାର ମାର୍ଶଲ ବଳଭଦ୍ର ରାଧା କୃଷ୍ଣ ସମାରୋହରେ ଅଧ୍ୟକ୍ଷତା କରିବେ, ଯିଏକି, ଦୁଇ ସ୍ମାରକୀର ଅଗ୍ନି ଶିଖାକୁ ମିଶ୍ରଣ କରିବେ।

ଆପଣଙ୍କୁ କହି ରଖୁଛୁ ଯେ ୧୯୧୪-୧୯୨୧ ମଧ୍ୟରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କ ସ୍ମୃତିରେ ଇଣ୍ଡିଆ ଗେଟ୍ ସ୍ମାରକ ବ୍ରିଟିଶ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଅମର ଯବାନ ଜ୍ୟୋତିକୁ ୧୯୭୦ ଦଶକରେ ପାକିସ୍ତାନ ଉପରେ ଭାରତର ବୃହତ୍ ବିଜୟ ପରେ ସ୍ମାରକ ସଂରଚନାରେ ସାମିଲ କରାଯାଇଥିଲା, ଯେଉଁଥିରେ ଶତ୍ରୁ ଦେଶର ୯୩,୦୦୦ ସୈନିକ ଆତ୍ମସମର୍ପଣ କରିଥିଲେ। ଲମ୍ବା ପ୍ରତୀକ୍ଷା ପରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଇଣ୍ଡିଆ ଗେଟ୍ ପରିସରରେ ଜାତୀୟ ଯୁଦ୍ଧ ସ୍ମାରକ ନିର୍ମାଣ ହୋଇଥିଲା ଏବଂ ୨୦୧୯ରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଯୁଦ୍ଧ ସ୍ମାରକରେ ଭବନ ନିର୍ମାଣ ପରେ ସମସ୍ତ ସାମରିକ ଔପଚାରିକ କାର୍ଯ୍ୟକ୍ରମ ଗୁଡ଼ିକୁ ଏଥିରେ ସ୍ଥାନାନ୍ତର କରି ଦିଆଯାଇଥିଲା।

ଜାତୀୟ ଯୁଦ୍ଧ ସ୍ମାରକୀରେ ଲେଖା ହୋଇଛି ଭାରତୀୟ ଯବାନମାନଙ୍କ ନାମ

ଜାତୀୟ ଯୁଦ୍ଧ ସ୍ମାରକୀରେ ସେହି ସମସ୍ତ ଭାରତୀୟ ପ୍ରତିରକ୍ଷା କର୍ମଚାରୀଙ୍କ ନାମ ରହିଛି, ଯେଉଁମାନେ ପାକିସ୍ତାନ ସହିତ ୧୯୪୭-୪୮ ଯୁଦ୍ଧଠାରୁ ଆରମ୍ଭ କରି ଚୀନ ସୈନିକଙ୍କ ସହ ଗାଲୱାନ ଘାଟି ସଂଘର୍ଷ ପର୍ଯ୍ୟନ୍ତ, ବିଭିନ୍ନ ଅଭିଯାନରେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ସ୍ମାରକ କାନ୍ଥରେ ଆତଙ୍କବାଦ ବିରୋଧୀ ଅଭିଯାନଗୁଡ଼ିକରେ ପ୍ରାଣବଳୀ ଦେଇଥିବା ସୈନିକମାନଙ୍କର ମଧ୍ୟ ନାମ ରହିଛି।

Roshni

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

8 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

8 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

26 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

53 mins ago