ନିଜ କୃତକର୍ମ ପାଇଁ ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଲେ ବରିଷ୍ଠ ନେତା ଅମର ସିଂହ, ହସପିଟାଲରୁ ଜାରି କଲେ ଭିଡିଓ

ମୁମ୍ବାଇ : ପୂର୍ବତନ ସମାଜବାଦୀ ପାର୍ଟି ନେତା ଏବଂ ରାଜ୍ୟସଭା ସାଂସଦ ଅମର ସିଂହ ଏବେ ଅସୁସ୍ଥ । ତାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ସେ ସିଙ୍ଗାପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଅସୁସ୍ଥତା ଭିତରେ ସେ ଏକ ଭିଡିଓ ଜାରି କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଏହି ଭିଡିଓରେ ସେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଭୁଲ ମାଗିଛନ୍ତି । ତାଙ୍କ ପ୍ରତି ସେ ଖରାପ ବ୍ୟବହାର କରିଥିବାରୁ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି ।
ଆଜି ଅମର ସିଂହଙ୍କ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ଥିଲା । ଏହି ଅବସରରେ ଅମିତାଭ ଅମର ସିଂହଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଥିଲେ । ଏହାକୁ ପଢ଼ିବା ପରେ ସେ ଏବେ ଭାବବିହ୍ଵଳ ହୋଇ ଗଲେ ଯେ ନିଜର କୃତକର୍ମ ପାଇଁ ତାଙ୍କୁ ଭୁଲ ମାଗି ଏହି ଭିଡିଓଟି ସୋସିଆଲ ମିଡିଆରେ ଛାଡ଼ିଛନ୍ତି । କହିଛନ୍ତି, ମୁଁ ଏବେ ଜୀବନ ଓ ମୃତ୍ୟୁ ଭିତରେ ସଂଘର୍ଷ କରୁଛି ।

https://www.facebook.com/AmarSinghViews/videos/359559048260848/