କଂଗ୍ରେସ ଦଳ ଛାଡିଲେ ଅମରିନ୍ଦର, ପାର୍ଟି ମୁଖିଆ ସୋନିଆ ଗାନ୍ଧୀଙ୍କୁ ପଠେଇଲେ ଇସ୍ତଫା ପତ୍ର

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ନିକଟରେ ଦାଖଲ କରିଛନ୍ତି । ଶ୍ରୀ ସିଂହ ନିଜ ପତ୍ରରେ ଦଳ ତଥା ଦଳୀୟ ନେତାଙ୍କ ବିରୋଧରେ ଅନେକ ଆପତ୍ତି ଅଭିଯୋଗ ଆଣିଛନ୍ତି । ପାର୍ଟି ମୁଖିଆ ସୋନିଆ ଗାନ୍ଧୀ ତଥା ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ବିରୋଧରେ ବି ଅନେକ ଅଭିଯୋଗମାନ ପତ୍ରରେ ଉଲ୍ଲେଖ କରିଛନ୍ତି ଶ୍ରୀ ସିଂହ । ରାହୁଲ ଓ ପ୍ରିୟଙ୍କା ତାଙ୍କୁ ବାରମ୍ବାର ଅଣଦେଖା କରୁଥିବାକୁ ନେଇ ସେ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପଡିଲେଣି ବୋଲି ଉଲ୍ଲେଖ କରିଛନ୍ତି ।

ଦଳ ପାଇଁ ଏତେ ବର୍ଷ ଧରି ବିଶ୍ଵସ୍ଥ ଭାବେ ରହିଥିଲେ ମଧ୍ୟ ତାଙ୍କୁ ଏଯାବତ କୌଣସି ଲାଭ ମିଳିନାହିଁ । ଏହା ସହ ନବଜ୍ୟୋତ୍ ସିଂ ସିଧୁଙ୍କ ଦଲବଦଳ ନୀତି ତଥା ପାକିସ୍ତାନୀ ସପକ୍ଷରେ ମନ୍ତବ୍ୟ କାରଣରୁ ତାଙ୍କୁ ଆଉ ଦଳରେ ରହିବାକୁ ଭଲ ଲାଗୁନି ବୋଲି କହିଛନ୍ତି । ଏମାନଙ୍କ କଥା ପାର୍ଟି ମୁଖିଆ ସୋନିଆ ଗାନ୍ଧୀ ଏକତରଫା ଭାବେ ଶୁଣୁଛନ୍ତି ଆଉ ଅନ୍ୟାୟକୁ ବରଦାସ୍ତ କରୁଛନ୍ତି ।

Leave A Reply

Your email address will not be published.