ଅମରନାଥ ଗୁମ୍ଫା ମଧ୍ୟରୁ ଆସିଲା ଦୁର୍ଲଭ ଫଟୋ , ସାରାଦେଶରେ ବଢିପାରେ ଶିବଭକ୍ତଙ୍କ ଉତ୍କଣ୍ଠା

ବାବା ଅମରନାଥଙ୍କ ଗୁମ୍ଫା ମଧ୍ୟରୁ ମିଳିଥିବା ଏକ ଦୁର୍ଲଭ ଫଟୋ ସାରାଦେଶରେ ଶିବଭକ୍ତଙ୍କ ପାଇଁ ଉତ୍କଣ୍ଠାର ବିଷୟ । ଏହି ଫଟୋ ୩୦ ଜୁଲାଇରେ କ୍ୟାମେରା ଦ୍ୱାରା ଉତ୍ତଳନ କରାଯାଇଥିଲା । ଶିବଲିଙ୍ଗର ଆକାର ଏବଂ ଏହି ଘଟଣା ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ଅମରନାଥ ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇଥିଲା ଯାହାକି ୧୫ ଅଗଷ୍ଟ କୁ ଶେଷ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ୩.୪୦ ଲକ୍ଷରୁ ଅଧିକ ତୀର୍ଥ ଯାତ୍ରୀ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି । ଏହି ଅଂଚଳରେ ହେଉଥିବା ପ୍ରବଳ ବର୍ଷା ଦର୍ଶନାର୍ଥୀ ମାନଙ୍କ ପାଇଁ ବାଧକ ସାଜିଛି । ପ୍ରବଳ ବର୍ଷା ଆଶଙ୍କାରେ ପ୍ରଶାସନ ଅମରନାଥ ଯାତ୍ରାକୁ ୩୧ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ଆଧାର ଶିବିର ଭଗବତୀ ନଗର ଜାମ୍ମୁରେ ଗୁରୁବାର ଯାତ୍ରୀ ମାନଙ୍କୁ ଅମରନାଥ ଘାଟି ଦର୍ଶନ କରିବା ନିମନ୍ତେ ଛଡ଼ାଯାଇନଥିଲା । ଏଥିପାଇଁ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଥିବା ଜାତୀୟ ରାଜପଥରେ ଅନେକ ସ୍ଥାନରେ ଭୁସ୍ଖଳନ ସହିତ କିଛିକିଛି ପାହାଡ଼ ମାନଙ୍କରୁ ପଥର ମଧ୍ୟ ଖସୁଥିଲା । ଏହି ରୁଟର ରାମବନ ଏବଂ ଵନିହାଲ ଅଂଚଳ ଅତ୍ୟଧିକ ପ୍ରଭାବିତ ହୋଇଥିଲା ।

ସୂଚନା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ପାରମ୍ପରିକ ବାଲଟାଲ ଏବଂ ପହଲଗ୍ରାମ ଟ୍ରାକରେ ପଙ୍କ ଓ କାଦୁଆ ଜମି ଯାଇଥିଲା । ପାଣିପାଗ ବିଭାଗର ପରାମର୍ଶଦାତା ଟ୍ରାକ୍ ର ଏପରି ସ୍ଥିତି ଦେଖି ଏହି ଯାତ୍ରାକୁ ଆସନ୍ତା କିଛିଦିନ ପାଇଁ ସ୍ଥଗିତ କରିଦେଇଛନ୍ତି । ଭୂସ୍ଖଳନ ଏବଂ ପାହାଡ଼ରୁ ଖସୁଥିବା ପଥର ଯାତ୍ରୀ ମାନଙ୍କ ଯିବା ଆସିବାରେ ବାଧା ସୃଷ୍ଟି କରୁଛି ସେଥିପାଇଁ ଅମରନାଥ ଯାତ୍ରା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନଙ୍କୁ ଅଟକାଇ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.