ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ ଟିକିଏ ଦର୍ଶନ କରିବାକୁ ବ୍ୟାକୁଳ । ସେଥିପାଇଁ ତ ନୀଳକଣ୍ଠଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥାଆନ୍ତି ଭକ୍ତଗଣ । ପ୍ରତିବର୍ଷ ହଜାର ହଜାର ଭକ୍ତ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଏହି ତୀର୍ଥଯାତ୍ରା ପରିଦର୍ଶନ କରନ୍ତି। ତେବେ ଚଳିତ ବର୍ଷ ଅମରନାଥ ଯାତ୍ରା ଜୁନ୍ ୨୯ ରେ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୧୯ ରକ୍ଷାବନ୍ଧନରେ ଶେଷ ହେବ ।

ଅମରନାଥ ଗୁମ୍ଫାଗୁଡ଼ିକ ପହଲଗାମଠାରୁ ୨୯ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଗ୍ଲେସିୟର ଏବଂ ତୁଷାର ପର୍ବତ ଦ୍ୱାରା ଘେରି ରହିଛି ଏବଂ ବର୍ଷର ଅଧିକାଂଶ ସମୟ ବରଫରେ ଆବୃତ । ଏହି ତୀର୍ଥଯାତ୍ରା କରିବାକୁ ଲୋକମାନେ ପାଦରେ କିମ୍ବା ହେଲିକପ୍ଟର ଯୋଗେ ଯାଆନ୍ତି । ଏହି ବର୍ଷର ଯାତ୍ରା ପାଇଁ ହେଲିକପ୍ଟର ବୁକିଂ ଆରମ୍ଭ ହୋଇଛି । ଜୁନ ୨୯ରୁ ଆରମ୍ଭ ହେଵ ୫୨ ଦିବସୀୟ ଶ୍ରୀ ଅମରନାଥ ଯାତ୍ରା । ଏଥିପାଇଁ ବାଲଟାଲ ଓ ପହଲଗାମ ମାର୍ଗ ନିମନ୍ତେ ହେଲିକପ୍ଟର ବୁକିଂ ସେବା ଆରମ୍ଭ କରାଯାଇଛି । ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା ବେଳେ ବାଲଟାଲ ଓ ପହଲଗାମ ମାର୍ଗ ହେଲିକପ୍ଟର ବୁକିଂ ହୋଇଛି ।

ଏହି ହେଲିକପ୍ଟର ସେବା ପହଲଗାମ-ପଞ୍ଜତରଣୀ-ପହଲଗାମ ମାର୍ଗରେ ଉପଲବ୍ଧ ହେବ। ସେହି ସବୁ ରୁଟରେ ହେଲିକପ୍ଟର ସେବାର କେବେଳ ଅଲାଇନ ବୁକିଂ କରାଯାଇପାରିବ। ଅଫଲାଇନ ଟିକେଟ୍ ଅଥବା ପ୍ରାଥମିକତା ଉପଲବ୍ଧ ହେବା ନାହିଁ ବୋଲି ସୂଚନା ମିଳିଛି । ତେବେ ପହଲଗାଁବରୁ ପଞ୍ଜତରଣୀ ପର୍ଯ୍ୟନ୍ତ ହେଲିକପ୍ଟର ଭଡ଼ା ପ୍ରତି ବ୍ୟକ୍ତିଙ୍କୁ ୪,୯୦୦ ଟଙ୍କା ପୈଠ କରିବାକୁ ପଡିବ । ସେହି କ୍ରମରେ ଦୁଇପଟେ (ରାଉଣ୍ଡ ଟ୍ରିପ୍ ଭଡା) ଯିବାଆସିବା ପାଇଁ ୯୮୦୦ ଟଙ୍କା ଦେବାକୁ ପଡିବ। ଅନ୍ୟପଟେ ନିଲଗ୍ରଥରୁ ପଞ୍ଜତରଣୀ ପର୍ଯ୍ୟନ୍ତ ହେଲିକପ୍ଟର ଭଡ଼ା ୩ହଜାର ୨୫୦ ଟଙ୍କା ରହିଥିଲାବେଳେ ଦୁଇପଟ ଯିବା ଆସିବା ପାଇଁ ୬୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି I ଏଥିସହ ଯାତ୍ରୀମାନଙ୍କ ଯେଭଳି କୌଣସି ଅସୁବିଧା ନ ହୁଏ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ୱେବସାଇଟ୍ JKSASB.nic.inକୁ ଯାଇ ଯାତ୍ରୀମାନେ ହେଲିକପ୍ଟର ସେବା ଲାଗି ବୁକିଂ କରିପାରିବେ।

ଶ୍ରୀ ଅମରନାଥ ସ୍ରାଇନ୍‌ ବୋର୍ଡ (SASB) ଅନୁଯାୟୀ ଅମରନାଥ ଯାତ୍ରା ୨୦୨୪ ପାଇଁ ବୁକିଂ ଏପ୍ରିଲ ୧୫ ରୁ ଆରମ୍ଭ ହୋଇଥିଲା। ହେଲିକପ୍ଟର ବୁକ୍ କରିବା ପାଇଁ ଭକ୍ତମାନଙ୍କୁ SASB ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାଧିକୃତ ଡାକ୍ତରଙ୍କ ଦ୍ୱାରା ଜାରି କରାଯାଇଥିବା ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପ୍ରମାଣପତ୍ର (CHC) ପାଇବାକୁ ପଡିବ ଏବଂ ମୂଳ ପରିଚୟ ପତ୍ର ବହନ କରିବାକୁ ପଡିବ ।

ପହଲଗାମ ମାର୍ଗ ମଧ୍ୟମ କଷ୍ଟସାଧ୍ୟ ବୋଲି ବିବେଚନା କରାଯାଉଥିବା ବେଳେ ଏହି ୩୨ କିଲୋମିଟର ମାର୍ଗ ଏକ ସୁନ୍ଦର ପାହାଡ ଷ୍ଟେସନ ପହଲଗାମରୁ ଆରମ୍ଭ । ତୃଣଭୂମି ଏବଂ ଜଙ୍ଗଲ ଦେଇ ଧୀରେ ଧୀରେ ଚାଲି ଯାଇଥାଆନ୍ତି । ବାଲଟାଲ୍‌ ମାର୍ଗ ।ଏହା ବାଲ୍ଟାଲରୁ ଆରମ୍ଭ । ଏହା ୧୫ କିଲୋମିଟର ମାର୍ଗ, ଯାହା ଅଧିକ ଚ୍ୟାଲେଞ୍ଜିଂ ବୋଲି ବିବେଚନା କରାଯାଏ । ଯଦିଓ ଏହା ଛୋଟ, ଏହାର ଏକ ଷ୍ଟିପ ଆରୋହଣ ଅଛି । କିନ୍ତୁ ଏହି ମାର୍ଗରେ ଯିବା ପାଇଁ ଅଧିକ ଫିଟନେସ୍ ଆବଶ୍ୟକ କରେ ।

You might also like