ଅମରନାଥ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଏପ୍ରିଲ ୧୪ରୁ ପ୍ରି-ରେଜିଷ୍ଟ୍ରେସନ ଆରମ୍ଭ

ଅମରନାଥ ଯାତ୍ରାକୁ ଯିବାକୁ ଇଚ୍ଛା ରଖିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଅମରନାଥ ଯାତ୍ରା ପାଇଁ ପ୍ରି ରେଜିଷ୍ଟ୍ରେସନ ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇ ୯ ଅଗଷ୍ଟ ଯାଏଁ ଚାଲିବ । ଏଥିପାଇଁ ପ୍ରି ରେଜିଷ୍ଟ୍ରେସନ ୧୪ ଏପ୍ରିଲରୁ ଆରମ୍ଭ ହେବ । ରେଜିଷ୍ଟ୍ରେସନ ପାଇଁ ସମଗ୍ର ଦେଶର ସମସ୍ତ ବ୍ୟାଙ୍କର ଅଧିକ୍ତ ଶାଖା ଏବଂ ହେଲଥ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଏବଂ ସ୍ଥାନୀୟ ହସପିଟାଲ ଏବଂ ଡାକ୍ତରଙ୍କ ଟିମ୍ ବିଷୟରେ ଖୁବଶୀଘ୍ର ସୂଚନା ଦିଆଯିବ ।
ବାବା ଅମରନାଥ ଯାତ୍ରା ୩୮ ଦିନ ଯାଏଁ ଚାଲିବ । ଶ୍ରୀ ଅମରନାଥ ଜୀ ଶ୍ରୀଇନ ବୋର୍ଡ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ଏବଂ ନିୟମଗୁଡିକୁ ପ୍ରସ୍ତୁତି କରିବାର ଶେଷ ପର୍ଯ୍ୟାୟରେ ରହିଛି । ଶ୍ରୀଇନ ବୋର୍ଡ ପକ୍ଷରୁ କୁହାଯାଇଛି କି, ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀ ୧୪ ଏପ୍ରିଲରୁ ପ୍ରି ରେଜିଷ୍ଟ୍ରେସନ କରିପାରିବେ ।
ଯେଉଁମାନେ ଗ୍ରୁପରେ ବାବା ଅମରନାଥଙ୍କ ଯାତ୍ରା କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଅଲଗା ଅଲଗା ନିୟମ ଜାରି କରାଯିବ । ହେଲିକପ୍ଟରରେ ଅମରନାଥ ଯାତ୍ରା ପାଇଁ ଯିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ବୁକିଂ ପରେ ହେବ ।ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବାକୁ ମେଡିକାଲ ସାର୍ଟିଫିକେଟ, ଫଟୋ ଦରକାର । ସେହିପରି ୧୩ ବର୍ଷରୁ କମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ଶ୍ରଦ୍ଧାଳୁଙ୍କୁ ଅନମୁତି ମିଳିବ ନାହିଁ । ସେହିପରି ୬ ସପ୍ତାହରୁ ଅଧିକ ଥିବା ଗର୍ଭବତୀଙ୍କୁ ଅନୁମତି ମିଳିବନି ।
ମାତା ବୈଷ୍ଣୌଦେବୀ ଶ୍ରୀଇନ ବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି । ଅମରନାଥ ଯାତ୍ରା ପହଲଗାମ ମାର୍ଗରୁ ଆରମ୍ଭ ହୋଇ ଶ୍ରଦ୍ଧାଳୁମାନେ ୪୮ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି ।
ସୂଚନାଯୋଗ୍ୟ, ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ ।
Also Read : ଜୁଲାଇ ୩ ରୁ ଅମରନାଥ ଯାତ୍ରା ଆରମ୍ଭ, ଏମାନଙ୍କୁ ମିଳିବନି ଅନୁମତି