ଅମରନାଥ ଯାତ୍ରା ଆରମ୍ଭ: ଜମ୍ମୁ ବେସ୍ କ୍ୟାମ୍ପ ଛାଡିଲେ ପ୍ରଥମ ପର୍ଯ୍ୟାୟ ଯାତ୍ରୀ

amarnath yatraଶ୍ରୀନଗର: କଡା ସୁରକ୍ଷା ଭିତରେ ଆଜି ଅମରନାଥ ଯାତ୍ରା ଆରମ୍ଭ। ୬୦ ଦିନର ଏହି ଯାତ୍ରା ପାଇଁ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଯାତ୍ରୀ ଜମ୍ମୁର ବେସ୍ କ୍ୟାମ୍ପ ଭଗଓ୍ଵନ୍ତ ନଗର ଛାଡିଛନ୍ତି। ଜମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ବି.ଭି.ଆର. ସୁବ୍ରମଣ୍ୟମ ଏବଂ ରାଜ୍ୟପାଳଙ୍କ ପରାମର୍ଶଦାତା ବି.ଭି ବ୍ୟାସ ଏବଂ ବିଜୟ କୁମାର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। କଡା ସୁରକ୍ଷା ବଳୟ ଭିତରେ ବେସ୍ କ୍ୟାମ୍ପ ଛାଡିଛନ୍ତି ଯାତ୍ରୀ। ଗାଡ଼ି ଗୁଡିକରେ ରେଡିଓ ଫ୍ରିକୁଇନ୍ସ ଯୁକ୍ତ ଆଇଡି ଟ୍ୟାଗ୍ ଲାଗିଛି।

amarnath yatra ଦୁଇଟି ରୁଟରେ ଥିବା ୪ଟି ରିସେପସନ୍ ସେଣ୍ଟରକୁ ଗାଡ଼ିଗୁଡିକ ଅତିକ୍ରମ କରୁଛନ୍ତି କି ନାହିଁ ସେ ସଂପର୍କରେ ଏଥିରୁ ସୂଚନା ମିଳିବ। ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୩ ହଜାର ପାରା ମିଲିଟାରୀ ଫୋର୍ସ ଯାତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ସିଆରପିଏଫ ଦ୍ୱାରା ଏକ ମୋଟର ସାଇକେଲ ସ୍କ୍ଵାଡ୍ ମଧ୍ୟ ଗଠନ ହୋଇଛି। ପୂରା ଯାତ୍ରା ପଥ ସୁରକ୍ଷା କର୍ମୀଙ୍କ ନଜରରେ ରହିବ।

Leave A Reply

Your email address will not be published.