ଦେଶ ବିଦେଶ

ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା । ଏଭଳି କିଛି ଚମତ୍କାରୀ ଇଞ୍ଜେକ୍ସନ ତିଆରି କରିଛନ୍ତି ଇଂଲଣ୍ଡର ଅନୁସନ୍ଧାନକାରୀ ଟିମ । ଏହି ଇଞ୍ଜେକ୍ସନ ଦ୍ୱାରା ଲକ୍ଷ ଲକ୍ଷ କ୍ୟାନ୍ସର ରୋଗୀ ନିଜ ରୋଗରୁ ମୁକ୍ତି ପାଇ ପାରିବେ । ସାରା ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି କ୍ୟାନ୍ସର । ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ପୂର୍ବରୁ କ୍ୟାନ୍ସର ଚିକିତ୍ସା ଅପେକ୍ଷା ବର୍ତ୍ତମାନ ଉନ୍ନତ ଚିକିତ୍ସା ଉପଲବ୍ଧ, କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟ ହୋଇଥାଏ । ଏନେଇ ବୈଜ୍ଞାନିକମାନେ ଲଗାତାର ଭାବରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଚେଷ୍ଟା କରୁଛନ୍ତି ଏବଂ ନୂଆ ନୂଆ ଚିକିତ୍ସା ପଦ୍ଧତି ଉପରେ ଅନୁସନ୍ଧାନ କରୁଛନ୍ତି ।

ଏହାରି ମଧ୍ୟରେ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀଙ୍କ ଟିମ କ୍ୟାନ୍ସର ଚିକିତ୍ସା ପାଇଁ ଇଞ୍ଜେକ୍ସନର ଏକ ନୂଆ ପଦ୍ଧତି ବିକଶିତ କରିଛନ୍ତି, ଯାହା କ୍ୟାନ୍ସର ରୋଗର ଚିକିତ୍ସାରେ ବିଶେଷ ଲାଭଦାୟକ ହୋଇପାରେ । ରିପୋର୍ଟ ଅନୁଯାୟୀ ଇଂଲଣ୍ଡ ବିଶ୍ୱର ଏପରି ଏକ ଦେଶ ଯାହା ପ୍ରଥମ ସାତ ମିନିଟରେ କ୍ୟାନ୍ସର ଚିକିତ୍ସା ଆରମ୍ଭ କରିବ । ଏହି ଇଞ୍ଜେକ୍ସନ କ୍ୟାନ୍ସର ଚିକିତ୍ସାର ସମୟକୁ ଯଥେଷ୍ଟ କମ କରିବ । ଅନୁସନ୍ଧାନକାରୀମାନେ ଆଶା ପ୍ରକାଶ କରିଛନ୍ତି ଯେ ଏହି ଇଞ୍ଜେକ୍ସନ କେବଳ ଚିକିତ୍ସା ସମୟ କମ କରିବ ତାହା ନୁହେଁ ବରଂ ଲକ୍ଷ ଲକ୍ଷ କ୍ୟାନ୍ସର ରୋଗୀଙ୍କୁ ମଧ୍ୟ ପ୍ରଭାବଶାଳୀ ଚିକିତ୍ସା ଯୋଗାଇବ । ତେବେ ଏହି ଇଞ୍ଜେକ୍ସନର ନାମ କଣ ଆସନ୍ତୁ ଜାଣିବା ।

କ୍ୟାନ୍ସର ରୋଗ ଠିକ କରିବାକୁ ଯାଉଥିବା ଏହି ଇଞ୍ଜେକ୍ସନର ନାମ ଆଟେଜୋଲିଜୁମାବ । ବ୍ରିଟେନର ସରକାରୀ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଅନୁଯାୟୀ ଇଂଲଣ୍ଡ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଇଞ୍ଜେକ୍ସନ ଲଞ୍ଚ କରୁଥିବା ବିଶ୍ୱର ପ୍ରଥମ ଦେଶ ହେବ । ମେଡିସିନ ଆଣ୍ଡ ହେଲ୍ଥ୍ଥକେୟାର ପ୍ରଡକ୍ଟସ ରେଗୁଲେଟରୀ ଏଜେନ୍ସି (MHRA) ର ଆପ୍ରୁଭାଲ ପରେ NHS ଅଧିକାରୀ କହିଛନ୍ତି ଯେ ଆଟେଜୋଲିଜୁମାବ ନାମକ ଏହି ଇମ୍ୟୁନୋଥେରାପି ଉପଲବ୍ଧ ହେବ । ଯାହା ଶହ ଶହ କ୍ୟାନ୍ସର ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ ବୋଲି ଆଶା କରାଯାଉଛି । ତ୍ୱଚା ତଳେ ଦିଆଯାଇଥିବା ଏହି ଇଞ୍ଜେକ୍ସନ ବର୍ତ୍ତମାନ ପର୍ଯ୍ୟନ୍ତ ଜଟିଳ କ୍ୟାନ୍ସର ଚିକିତ୍ସାକୁ ସରଳ କରିବାରେ ସାହାଯ୍ୟ କରିବ ।

NHS ଇଂଲଣ୍ଡ ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସରେ କୁହାଯାଇଛି ଯେ ଆଟେଜୋଲିଜୁମାବ ‘ଟେସେଣ୍ଟ୍ରିକ୍’ ଭାବରେ ମଧ୍ୟ ଜଣାଶୁଣା । କ୍ୟାନ୍ସର ଚିକିତ୍ସା ପାଇଁ ୩୦ ରୁ ୬୦ ମିନିଟ ସମୟ ଲାଗୁଥିବାବେଳେ ବର୍ତ୍ତମାନ ଏହା ୭ ମିନିଟକୁ ହ୍ରାସ ପାଇବ । ମେଡିକାଲ ରିପୋର୍ଟ ଅନୁଯାୟୀ, ଆଟେଜୋଲିଜୁମାବ ହେଉଛି ROG.S କମ୍ପାନୀ ଜେନେଣ୍ଟେକ୍ ଦ୍ୱାରା ତିଆରି ହୋଇଥିବା ଇଞ୍ଜେକ୍ସନ୍ । NHS ଇଂଲଣ୍ଡର ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି ଯେ ଇଂଲଣ୍ଡରେ ଏହି ଇଞ୍ଜେକ୍ସନ ଦ୍ୱାରା ଚିକିତ୍ସା ଆରମ୍ଭ କରି ୩୬୦୦ ରୁ ଅଧିକ ରୋଗୀ ସିଧାସଳଖ ଲାଭ ପାଇପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ହେଉଥିବା ଚିକିତ୍ସାରେ, ଅନେକ ରୋଗୀଙ୍କ ଶିରାରେ ଔଷଧ ପହଞ୍ଚିବା ପାଇଁ ଅଧିକ ସମୟ ଲାଗୁଥିଲା । କିନ୍ତୁ ବର୍ତ୍ତମାନ ନୂଆ ପଦ୍ଧତିରେ ଇଞ୍ଜେକ୍ସନ ଶିରା ବଦଳରେ ତ୍ୱଚା ତଳେ ଦେଇ ସହଜରେ ଶରୀରରେ ପହଞ୍ଚାଯାଇ ପାରିବ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago