ଆମାଜନର ଡେଲିଭରୀ ଭ୍ୟାନ୍ରୁ ବାହାରିଲେ ମହିଳା, ଭିଡିଓ ଭାଇରଲ ପରେ କମ୍ପାନୀ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ
ଅନ୍ଲାଇନ୍ ସପିଂ ଓ ହୋମ୍ ଡେଲିଭରୀ ପାଇଁ ଲୋକପ୍ରିୟ ଅନଲାଇନ ସାଇଟ୍ ଆମାଜନ ପୂରା ଦୁନିଆରେ ସବୁଠୁ ନିର୍ଭରଯୋଗ୍ୟ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଭିତରେ ଆମେରିକାର ଫ୍ଲୋରିଡ଼ାରେ ଜଣେ ଆମାଜନ ଡେଲିଭରୀ ଭ୍ୟାନ୍ ଡ୍ରାଇଭରଙ୍କର ଭୁଲ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏହି ଭୁଲ୍ ପାଇଁ ନିଜ ଚାକିରିରୁ ବହିଷ୍କୃତ ହୋଇଛନ୍ତି।
ଉଲ୍ଲେଖନୀୟଯେ, ଏକ ଭାଇରାଲ ଟିକ୍ଟକ୍ ଭିଡ଼ିଓରେ ଜଣେ ମହିଳାଙ୍କୁ ଆମାଜନର ଡେଲିଭରୀ ଭ୍ୟାନ୍ରୁ ବାହାରୁ ଥିବାର ଦେଖିବାକୁ ମିଳିଥିଲା , ଏହାପରେ କମ୍ପାନୀର ସଂପୃକ୍ତ ଡ୍ରାଇଭରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉକ୍ତ ଭିଡ଼ିଓଟି ଫ୍ଲୋରିଡ଼ାରେ ସୁଟ୍ ହୋଇଛି । ଯେଉଁଠି ମହିଳା ଜଣକ କଳା ରଙ୍ଗର ସର୍ଟ ଡ୍ରେସ୍ ପିନ୍ଧି ବିଲ୍ଡିଂ ବାହାରେ ଠିଆ ହୋଇଥିବା ଆମାଜନ ଭ୍ୟାନ୍ରୁ ବିନା ଜୋତାରେ ତଳକୁ ଓହ୍ଲାଇବାର ନଜର ଆସିଥିଲେ।
୨୪ ଅକ୍ଟୋବରରେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ କରାଯିବା ପରେ ଏପର୍ଯ୍ୟନ୍ତ ପାଖାପାଖି ୧୨ ଲକ୍ଷ ଲୋକ ଦେଖି ସାରିଛନ୍ତି । ଭ୍ୟାନ୍ରୁ ଏହି ରହସ୍ୟମୟୀ ମହିଳା ବାହାରିବା ପୂର୍ବରୁ କମ୍ପାନୀର କୋରିଓର ବୟକୁ ନିଜ ଗାଡ଼ିର ପଛ ଡୋରକୁ ଖୋଲିବାର ଦେଖିବାକୁ ପାଇବେ ।
ଭିଡ଼ିଓ ଭାଇରାଲ ହେବାପରେ ଅଭିଯୁକ୍ତ ଡ୍ରାଇଭରକୁ ଏକ ସପ୍ତାହ ପରେ ଚାକିରିରୁ ବହିଷ୍କୃତ କରିଦିଆଯାଇଛି । ଆମାଜନ୍ର ପ୍ରବକ୍ତା ସ୍ଥାନୀୟ ମିଡ଼ିଆକୁ କହିଛନ୍ତି , ଏହା ଆମର ଡେଲିଭରୀ ସର୍ଭିସ୍ ପାର୍ଟନର୍ସ ଓ ତାଙ୍କ ଡ୍ରାଇଭରଙ୍କ ପାଇଁ ଆମର ଉଚ୍ଚ ମାନର ବିରୋଧରେ ଥିଲା । ଏହାଛଡା ଅନାଧିକୃତ ଯାତ୍ରୀଙ୍କୁ ଡେଲିଭରୀ ଯାନରେ ପ୍ରବେଶ କରିବାର ଅନୁମତି ଦେବା କମ୍ପାନୀର ନୀତି ଉଲ୍ଲଙ୍ଘନ ହୋଇଛି। ତେଣୁ ଡ୍ରାଇଭରକୁ ଚାକିରିରୁ ବହିଷ୍କୃତ କରାଯାଇଛି। କିନ୍ତୁ ଭ୍ୟାନ୍ରେ ମହିଳାଙ୍କୁ କ’ଣ ପାଇଁ ଡ୍ରାଇଭର ନେଇଥିଲେ, ତା’ର ଖୁଲାସା ଏଯାଏ ହୋଇନାହିଁ।
video courtesy: Dailymail