ମହିଳା କର୍ମଚାରୀ ବାରମ୍ବାର ଯାଉଥିଲେ ପରିସ୍ରା, ତ ଚାକିରିରୁ ବାହାର କରିଦେଲା Amazon, ଏବେ କମ୍ପାନୀକୁ ୭୫ ହଜାର ଡଲାର ଦେବାକୁ ପଡ଼ିପାରେ ଜରିମାନା

ଏବେ ଏକ ମାମଲା ସାମ୍ନାକୁ ଆସିଛି କି, ବାରମ୍ବାର ପରିସ୍ରା ଯିବା କାରଣରୁ ଆମାଜନର ଜଣେ ମହିଳା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ସେପଟେ ମହିଳା ଜଣକ ଏ ନେଇ କମ୍ପାନୀ ବିରୋଧରେ ଏତଲା ଦାୟର କରିଛନ୍ତି। ମହିଳାଙ୍କ ଅଭିଯୋଗ ହେଲା, ଅଧିକ ଥର ଲୁ ବ୍ରେକ୍‌ ନେବାରୁ କମ୍ପାନୀ ତାଙ୍କୁ ଅନ୍ୟାୟ ଭାବେ ବରଖାସ୍ତ କରିଛି।

ଆମାଜନର େଓ୍ଵୟାରହାଉସ୍‌ରେ କାମ କରୁଥିବା ମାରିୟା ଜେନାଇଟ ଓଲିଓ୍ଵରୋ ନାମ୍ନୀ ମହିଳା କହିଛନ୍ତି, ସେ ଇରିଟେବଲ୍‌ ବୋେଓ୍ଵଲ ସିଣ୍ଡ୍ରୋମରେ ପୀଡ଼ିତ। ଏହି କାରଣରୁ ତାଙ୍କୁ ଅନେକ ଥର ବାଥ୍‌ରୁମ ଯିବାକୁ ପଡ଼ୁଥିଲା। କେବେ କେବେ ଦିନକୁ ୬ ଥର ସେ ବାଥ୍‌ରୁମ ଯାଉଥିଲେ।

ରିପୋର୍ଟ ମୁତାବକ, ମହିଳା ଜଣକ ନିଜ ବସ୍‌ଙ୍କ ସାମ୍ନାରେ ସମସ୍ୟା ଜଣାଇବା ପରେ ବସ୍‌ ତାଙ୍କୁ ଡାକ୍ତର ସାର୍ଟିଫିକେଟ ଆଣିବାକୁ କହିଥିଲେ। ଏଥିପାଇଁ କମ୍ପାନୀ ତାଙ୍କୁ ୫ ଦିନର ସମୟ ଦେଇଥିଲା। କିନ୍ତୁ ତାଙ୍କୁ ଡକ୍ୟୁମେଣ୍ଟ ପ୍ରାପ୍ତ କରିବାରେ ବହୁତ ସମୟ ଲାଗିଥିଲା। ସମୟ ସୀମା ବିତିଯିବା ପରେ କମ୍ପାନୀ ମାରିୟାଙ୍କୁ ଚାକିରିରୁ ବାହାର କରି ଦେଇଥିଲା।

ସେପଟେ ମହିଳାଙ୍କ କହିବା ଥିଲା କି, ୬ ଦିନ ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଙ୍କ ଆପୋଇଣ୍ଟମେଣ୍ଟ ମିଳୁ ନ ଥିଲା। ଏବେ ମାରିୟା ଆମାଜନ ଉପରେ ଭେଦଭାବ ନେଇ ଅଭିଯୋଗ ଆଣିଛନ୍ତି ଏବଂ ଅନ୍ୟାୟ ଭାବେ ବହିଷ୍କାର କରିଥିବାରୁ ସେ କମ୍ପାନୀ ଉପରେ ୭୫ ହଜାର ଡଲାର(ପାଖାପାଖି ୫୫ ଲକ୍ଷ ଟଙ୍କା)ର ଜରିମାନା ବି ଡିମାଣ୍ଡ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.