ଅମ୍ବାନୀ ବିବାହ : ମୁମ୍ବାଇ ଏୟାରପୋର୍ଟ ପୁଣି ଭାଙ୍ଗିଲା ନିଜ ରେକର୍ଡ଼, ଗୋଟିଏ ଦିନରେ ଯାତାୟାତ କଲା ୧୦୦୭ ବିମାନ

ମୁମ୍ବାଇ : ଦେଶର କହିବାକୁ ଗଲେ ଭିଆଇପି ବିବାହ ଋତୁ ଚାଲିଛି। ବଲିଉଡ଼ ତାରକାଙ୍କର ଦମଦାର ବିବାହ ପରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶାଙ୍କ ବିବାହ। ଏନେଇ ବର୍ତ୍ତମାନ ଏକ ରେକର୍ଡ଼ ବ୍ରେକ୍ କରିଛି ମୁମ୍ବାଇ ବିମାନବନ୍ଦର। ବିଶ୍ୱର ସବୁଠାରୁ ବ୍ୟସ୍ତତମ ସିଙ୍ଗଲ ରନ୍ଓ୍ଵର ମୁମ୍ବାଇ ଏକ ନୂଆ ରେକର୍ଡ ପ୍ରସ୍ତୁତ କରିଛି।

isha_ambani

ମୁମ୍ବାଇ ଏୟାରପୋର୍ଟର ନିଜର ପୂର୍ବ ରେକର୍ଡ ବ୍ରେକ୍ କରିଛି। ଗତ ଡିସେମ୍ବର ୮ ତାରିଖ ଦିନ ୨୪ ଘଣ୍ଟା ଭିତରେ ୧୦୦୭ ବିମାନ ସେବାର ରେକର୍ଡ ସୃଷ୍ଟି ହୋଇଛି ।ଏହା ପୂର୍ବରୁ ଜୁନ୍ ୬ ତାରିଖରେ ଏହି ବିମାନ ବନ୍ଦରରୁ ଜୁନ୍ ୬ ତାରିଖରେ ୧୦୦୩ଟି ବିମାନ ଯାତାୟତ କରିଥିଲା।

ambani family

ଅମ୍ବାନୀ ବିବାହ ପାଇଁ ରେକର୍ଡ଼ ବ୍ରେକ୍

ଦେଶର ସବୁଠାରୁ ଅଧିକ ଧନୀ ତଥା ରିଲିଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟିଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର ବୁଧବାର ଦିନ ମୁମ୍ବାଇରେ ଅନୁଷ୍ଠିତ ହେଉଥିବା ବେଳେ, ବିବାହ ପୂର୍ବର ସମସ୍ତ କାର‌୍ୟ୍ୟକ୍ରମ ଉଦୟପୁରରେ ଅନୁଷ୍ଠିତ ହେଉଛି। ଏନେଇ ମୁମ୍ବାଇରୁ ଉଦୟପୁର ଯାଉଥିବା ଅତିଥିଙ୍କ ପାଇଁ ମୁମ୍ବାଇ ବିମାନ ଏୟାରପୋର୍ଟର ବ୍ୟସ୍ତତା ବୃଦ୍ଧି ପାଇଛି। ବିବାହ ପାଇଁ ୯୦୩ ନିର୍ଦ୍ଧାରିତ, ୫୯ ଅନିର୍ଦ୍ଧାରିତ, ୮ଟି ଚାର୍ଟର,୩୧ ଫ୍ରେଟର୍ ଓ ୩ ସୈନ୍ୟ ବିମାନ ରହିଛି।

Leave A Reply

Your email address will not be published.