ରାଧିକାଙ୍କ ହାତରେ ଲାଗିଲା ଅନନ୍ତଙ୍କ ନାମର ମେହେନ୍ଦୀ; ଅମ୍ବାନୀ ପରିବାରର ସାନବୋହୂ ପିନ୍ଧିଲେ ହୀରାର ରାଣୀହାର

ଦେଶର ସବୁଠୁ ଧନୀ ବ୍ୟବସାୟୀ ପରିବାର ଅମ୍ବାନୀ ଫ୍ୟାମିଲି ଆଜିକାଲି ନିଜ ସାନବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ସ୍ୱାଗତ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏଥର ନୀତା ଓ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ମୁଣ୍ଡରେ ସେହରା ସଜେଇ ହେବାକୁ ଯାଉଛି। ପୁଣିଥର ସମସ୍ତଙ୍କ ନଜର ଅମ୍ବାନୀ ଫ୍ୟାମିଲିର ଏହି ଗ୍ରାଣ୍ଡ େଓ୍ଵଡିଂ ଉପରେ ରହିଛି।

ବିବାହ ପୂର୍ବରୁ ଆୟୋଜିତ ରାଧିକା ମର୍ଚ୍ଚାଣ୍ଟଙ୍କ ମେହେନ୍ଦୀ ସେରିମନିର ଇନ୍‌ସାଇଡ ଫଟୋ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ପ୍ରତ୍ୟେକଙ୍କ ନଜର ରାଧିକାଙ୍କ ଲୁକ୍‌ ଉପରେ ଅଟକି ରହିଛି।

ଫଟୋରେ କନ୍ୟା ନିଜ ହାତରେ ମେହେନ୍ଦୀ ଲଗାଉଥିବାର ଦେଖାଯାଉଛନ୍ତି। ସେଠି ରାଧିକାଙ୍କ ସୌନ୍ଦର୍ଯ୍ୟରୁ କାହାର ବି ନଜର ହଟିବାର ନାଁ ନେଉନାହିଁ। ମେହେନ୍ଦୀ ସେରିମନି ପାଇଁ ରାଧିକା ଅବୁ ଜାନୀ ସନ୍ଦୀପ ଖୋସ୍‌ଲାଙ୍କ ଫ୍ୟୁସିୟା ପିଙ୍କ୍‌ ରଙ୍ଗର ଫ୍ଲୋରାଲ ଏମ୍ବ୍ରୋଏଡରୀ ଲେହେଙ୍ଗା ପିନ୍ଧିଥିଲେ।

ରାଧିକା ନିଜକୁ ପୋଲ୍‌କି ଚୋକର ନେକ୍‌ଲେସ, ମ୍ୟାଚିଂ ଇୟରରିଙ୍ଗ୍‌ସ, ମାଙ୍ଗ୍‌ ଟିକା ଏବଂ ଏକ ଲମ୍ବାର ରାଣୀହାର ସହିତ ସଜେଇଥିଲେ। ରାଧିକା ଖୁବ୍‌ ସୁନ୍ଦରୀ ଦେଖାଯାଉଥିଲେ। କାରଣ, ସେ ନିଜ ଲୁକ୍‌କୁ ଡେଓ୍ଵି ମେକ୍‌ଅପ ଏବଂ ଆର୍ଟିଫିସିଆଲ ଫୁଲରେ ସଜ୍ଜିତ ଲମ୍ବା କେଶ ସହିତ କମ୍ପ୍ଲିଟ୍‌ କରିଥିଲେ। ଏଥି ସହିତ ସମସ୍ତେ ତାଙ୍କ ହୀରାର ରାଣୀହାର ବିଷୟରେ ଚର୍ଚ୍ଚା କରୁଥିଲେ।

ତେବେ ରାଧିକା ଓ ଅନନ୍ତ କେବେ ବିବାହ କରିବେ, ସେ ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। କପଲ୍‌ ଲମ୍ବା ସମୟରୁ ଏକାଠି ଅଛନ୍ତି। ଅମ୍ବାନୀ ପରିବାରର ପ୍ରତ୍ୟେକ ଉତ୍ସବରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ଦେଖା ଯାଇଥାଏ। ସମସ୍ତେ ଅନନ୍ତ ଓ ରାଧିକାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରନ୍ତି। ରାଧିକା ମୁକେଶ ଅମ୍ବାନୀଙ୍କ ସାଙ୍ଗ ବିରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ। ଏଥିସହ ସେ ଅନନ୍ତଙ୍କର ବି ବହୁତ ଘନିଷ୍ଠ ବନ୍ଧୁ ରହି ଆସିଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଅନନ୍ତ ଓ ରାଧିକା ପରସ୍ପରକୁ ଲମ୍ବା ସମୟରୁ ଡେଟ୍‌ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.