ଲୋକଙ୍କ ଉପରେ ମାଡିଗଲା ଆମ୍ବୁଲାନ୍ସ : ଜଣେ ମୃତ, ୬ ଆହତ

ବେଙ୍ଗଲୁରୁ : ବେଙ୍ଗଲୁରୁ ସହରର ୱିଲସନ ଗାର୍ଡେନ୍ ଅଞ୍ଚଳରେ ଘଟିଛି ଅଘଟଣ ।  ଏକ ଦ୍ରୁତଗାମୀ ଆମ୍ବୁଲାନ୍ସ ୭ ଜଣଙ୍କୁ ଧକ୍କା ଦେଇଛି । ଯାହା ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି  ।  ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।  ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।  ସେମାନଙ୍କର ଚିକିତ୍ସା ଚାଲିଛି ।  ସୂଚନା ଅନୁସାରେ ଏହି ଘଟଣାଟି ମେ ୧ ତାରିଖରେ ଘଟିଛି । ଯାହାର ଭିଡିଓ ଆଜି ସାମ୍ନାକୁ ଆସିଛି ।

ପୋଲିସଙ୍କ ସୂଚନା ଅନୁସାରେ ଗତକାଲି ସକାଳ ପ୍ରାୟ ୮ ଟା ସମୟରେ ଏହି ଅଘଟଣ ହୋଇଛି ।  ସଞ୍ଜିବୀନୀ ଆମ୍ବୁଲାନ୍ସ ଡ୍ରାଇଭର ଚିରଞ୍ଜୀବ ୱିଲସନ ଗାର୍ଡେନ୍ ଥାନା ଅଞ୍ଚଳର BTS ରୋଡରେ ଦ୍ରୁତ ଗତିରେ ଏବଂ ବେପରୁଆ ଭାବରେ ଆମ୍ବୁଲାନ୍ସ ଚଳାଉଥିଲେ  ।  ଏହି ସମୟରେ ଆମ୍ବୁଲାନ୍ସଟି ଦୁଇଟି ଗାଡ଼ି, ଗୋଟିଏ ଅଟୋ, ଗୋଟିଏ ସ୍କୁଟର ଏବଂ ଜଣେ ପଦଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪୯ ବର୍ଷୀୟ ଠେଲା ଚାଳକ ରମେଶଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୬ ଜଣ ଆହତ ହୋଇଥିଲେ ।

ଘଟଣା ପରେ ସେଠାରେ ଲୋକଙ୍କ ଭିଡ଼ ହୋଇଯାଇଥିଲା ଯାହା ଫଳରେ ଲୋକେ ଆମ୍ବୁଲାନ୍ସ ଡ୍ରାଇଭର ଚିରଞ୍ଜୀବଙ୍କୁ କାବୁ କରି ନେଇଥିଲେ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରି ସାରିଥିଲେ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଥାନାକୁ ଆଣିଥିଲା  ।  ବର୍ତ୍ତମାନ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।  ପଚରାଉଚରା ସମୟରେ ଚିରଞ୍ଜୀବ କହିଥିଲେ କି ଆମ୍ବୁଲାନ୍ସର ବ୍ରେକ୍ ଫେଲ୍ ହୋଇଯିବାରୁ ଦୁର୍ଘଟଣା ଘଟିଥିଲା ।  ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Also read: ଜମ୍ମୁ କଶ୍ମୀର : ବାଦଲଫଟା ବର୍ଷା ପରେ ଭୂସ୍ଖଳନ, ଜନଜୀବନ ଅସ୍ତବ୍ୟସ୍ତ