ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ସଂଶୋଧିତ ନାଗରିକତ୍ୱ ବିଲ-୨୦୧୯, ଆଗତ କରିବେ ଗୃହମନ୍ତ୍ରୀ ଅମିତ ଶାହା

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ସଂଶୋଧିତ ନାଗରିକତ୍ୱ ବିଲ-୨୦୧୯। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲକୁ ଆଗତ କରିବେ। ସୂଚନା ମୁତାବକ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୁଦ୍ଧ ଓ ପାର୍‌ସିଙ୍କୁ ଭାରତୀୟ ନାଗରିକତା ମିଳିବା ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି। ବିଲ୍‌ ଜରିଆରେ ବର୍ତ୍ତମାନ ଥିବା ନାଗରିକତା ଆଇନରେ ସଂଶୋଧନ କରାଯିବ। ଏହା ଫଳରେ ଏହି ଛଅଟି ଧର୍ମର ଲୋକ, ଯେଉଁମାନେ ପଡୋଶୀ ଦେଶରେ ନିର୍ଯାତନା ସହି ନ ପାରି ବେଆଇନଭାବେ ଭାରତରେ ଆସି ରହୁଛନ୍ତି ସେମନଙ୍କୁ ଭାରତୀୟ ନାଗରିକତା ମିଳିବ। । କିନ୍ତୁ ଏହି ବିଲ୍‌ରେ ମୁମଲମାନ ଧର୍ମକୁ ସାମିଲ କରାଯାଇ ନାହିଁ। ତେଣୁ ଏହା ଭାରତୀୟ ସମ୍ବିଧାନର ଧର୍ମନିରପେକ୍ଷତା ସିଦ୍ଧାନ୍ତର ବିରୋଧୀ ବୋଲି କହି ବିରୋଧୀ ଏହାକୁ ସମାଲୋଚନା କରୁଛନ୍ତି।

ଏହାସହ ଆସାମ ଓ ଉତ୍ତରପୂର୍ବ ଭାରତର ଅନ୍ୟ ରାଜ୍ୟଗୁଡିକ ଏହାକୁ ବିରୋଧ କରୁଛନ୍ତି। ସେମାନଙ୍କ ଚିନ୍ତା, ଗତକିଛି ଦଶକ ହେଲା ବହୁ ସଂଖ୍ୟାରେ ବାଂଲାଦେଶୀ ଆସି ଉତ୍ତରପୂର୍ବ ରାଜ୍ୟଗୁଡିକରେ ରହୁଛନ୍ତି। ନୂଆ ବିଲ୍‌ ଆଇନରେ ପରିଣତ ହେଲେ ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ଯାହାକୁ ଉତ୍ତରପୂର୍ବ ଭାରତର ଲୋକେ ବିରୋଧ କରୁଛନ୍ତି। ବିଜେପିର ବହୁମତ ଥିବାରୁ ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ସହଜରେ ଗୃହୀତ ହୋଇଯିବ। କିନ୍ତୁ ରାଜ୍ୟ ସଭାରେ ବିଜେପିର ବହୁମତ ନଥିବାରୁ ଏହା ଗୃହୀତ ହେବା ସହଜ ହେବ ନାହିଁ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଏସ୍‌ପି, ବାମ ଦଳ, ଆର୍‌ଜେଡି ଏହି ବିଲ୍‌କୁ ବିରୋଧ କରୁଛନ୍ତି। କିନ୍ତୁ ସରକାରଙ୍କୁ ଏଆଇଏଡିଏମ୍‌କେ, ଅକାଳୀଦଳ ଓ ଜେଡିୟୁର ସମର୍ଥନ ମିଳିପାରେ। ୨୦୧୬ରେ ଲୋକସଭାରେ ଏହି ବିଲ୍‌କୁ ବିରୋଧ କରିଥିଲା ଆସାମ ଗଣ ପରିଷଦ। ବର୍ତ୍ତମାନ ବିଲ୍‌ରେ କିଛି ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ଆସାମର ସ୍ଥାନୀୟ ଅଧିବାସୀଙ୍କୁ ସେମାନଙ୍କ ସଂସ୍କୃତି ଓ ଭାଷାର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥାପକ ଓ ନ୍ୟାୟିକ ମାନ୍ୟତା ଯୋଗାଇ ଦେବା ନେଇ ଶାହା ଅନେକ ପ୍ରତିଶ୍ରୁତି ଦେଇପାରନ୍ତି ବୋଲି ଆଶା କରାଯାଉଛି। ବିଲ୍‌କୁ ନେଇ ଉତ୍ତର ପୂର୍ବାଞ୍ଚଳରେ ସ୍ୱାଭାବିକ ସ୍ଥିତି ବଜାୟ ରଖିବାକୁ ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ଗୃହମନ୍ତ୍ରୀ ଓ ଉତ୍ତର ପୂର୍ବାଞ୍ଚଳର ନେତାଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରୁଛନ୍ତି।

 

 

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

6 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

7 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

11 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

34 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

41 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

48 mins ago