ଲାଡେନ ପୁଅ ସଂପର୍କରେ ସୂଚନା ଦେଲେ ମିଳିବ ଏକ ମିଲିୟନ ଡଲାର, ଘୋଷଣା କଲା ଆମେରିକା

ଓମାସା ବିନ ଲାଡେନର ପୁଅ ବିରୋଧରେ ଆମେରିକାର ପୁରସ୍କାର ରାଶି ଘୋଷଣା। ଅଲକାଏଦା ଆତଙ୍କବାଦୀ ଓସାମାର ପୁଅ ଆବୁ ହମଜା ସଂପର୍କରେ ସୂଚନା ପ୍ରଦାନକାରୀକୁ ଏକ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଛି ଆମେରିକା। ୨୦୧୧ରେ ଓସାମା ନିହତ ହେବା ପରେ ଆବୁ ହମଜା ଅଲକାଏଦାର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲା। କିଛି ଦିନ ତଳେ ନିଜ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଙ୍କ ଉପରେ ଆକ୍ରମଣ କରିବାକୁ ଏକ ଅଡିଓ ଜାରି କରିଛି। ଏହା ପରେ ଆମେରିକା ପ୍ରଶାସନ ଆବୁ ହମଜା ସଂପର୍କରେ ସୂଚନା ପାଇଁ ନିର୍ଦ୍ଦେଶ ଦେଇଛି।

୩୦ ବର୍ଷିୟ ଆବୁ ହମଜାକୁ ଗତ ୨ବର୍ଷ ତଳେ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ସେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାନ୍ତରେ ଆତ୍ମଗୋପନ କରି ଅଲକାଏଦା ପରିଚାଳନା କରୁଥିବା ଅନୁମାନ କରାଯାଉଛି। ୨୦୧୧ରେ ପାକିସ୍ତାନର ଆବୋଟ୍ଟାବାଦରେ ଓସାମା ବିନ ଲାଡେନକୁ ନିହତ କରିଥିଲା ଆମେରିକା ସେନା। ୨୦୦୧ ସେପ୍ଟେମ୍ବର ୧ତାରିଖରେ ଓସାମାର ନିର୍ଦ୍ଦେଶରେ ଆମେରିକାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ବିମାନ ଆକ୍ରମଣ ହୋଇଥିଲା। ଏଥିରେ ୩ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।