ମଶା ଦୂର କରିବ ବିପଦ, ଲକ୍ଷ ଲକ୍ଷ ମଶା ଛାଡିବ ଆମେରିକା 

ମଶା ହିଁ ମଶା କାମୁଡିବାର ପ୍ରଭାବକୁ ହ୍ରାସ କରିବ । ଅର୍ଥାତ ମଶା, ଡେଙ୍ଗୁ, ହଲଦିଆ ଜ୍ୱର ଏବଂ ଜିକା ଭଳି ରୋଗ ବିସ୍ତାର କରିଛନ୍ତି । ବର୍ତ୍ତମାନ ଏହି ମଶା ଏହାକୁ ଦୂର କରିବା ପାଇଁ କାର୍ଯ୍ୟ କରିବେ । ଆସନ୍ତା ୨ବର୍ଷ ମଧ୍ୟରେ ଆମେରୀକାର କାଲିଫର୍ଣ୍ଣିଆ ଏବଂ ପ୍ଲୋରିଡାଠାରେ ଏହିପରି ଲକ୍ଷ ଲକ୍ଷ ସ୍ୱତନ୍ତ୍ର ମଶା ମୁକ୍ତ ହେବ । ଯାହା ଏହି ରୋଗ ବିସ୍ତାର କରୁଥିବା ମଶାକୁ ଦୂର କରିବ । ଏହା ପ୍ରଥମେ ଅକ୍ସଫୋର୍ଡ ପେଷ୍ଟ କଣ୍ଟ୍ରୋଲ ଡେଭଲପମେଣ୍ଟ ଫାର୍ମ କରିଛି । ଫାର୍ମ କହିଛି କି ମଣିଷ ମଧ୍ୟରେ ରୋଗ ବିସ୍ତାର କରିବା କାମ କେବଳ ମହିଳା ମଶା କରିଥାନ୍ତି । ଲ୍ୟାବରେ ପ୍ରସ୍ତୁତ ଜେନେଟିକାଲି ମୋଡିଫାଏଡ ପୁରୁଷ ମଶାଙ୍କୁ ସହର ମଧ୍ୟକୁ ଛଡାଯିବ । ମହିଳା ମଶାମାନଙ୍କୁ ଦୂର କରିବା ପାଇଁ ଏମାନେ କାର୍ଯ୍ୟ କରିବେ । କିନ୍ତୁ ଏହା କିପରି ଘଟିବ ତାହା ମଧ୍ୟ କମ୍ପାନୀ କହିଛି ।

ଡେଲି ମେଲ ରିପୋର୍ଟ ଅନୁଯାୟୀ ଲ୍ୟାବରେ ସ୍ୱତନ୍ତ୍ର ପ୍ରକାରର ପୁରୁଷ ମଶା ପ୍ରସ୍ତୁତ କରାଯାଇଛି । ପୁରୁଷ ମଶା ମଣିଷଙ୍କ ଠାରେ ରୋଗ ବିସ୍ତାର କରନ୍ତି ନାହିଁ । ତେଣୁ ଲ୍ୟାବରେ ଏହିପରି ପୁରୁଷ ମଶାର ଜିନ ପରିବର୍ତ୍ତନ କରାଯାଇଛି । ଯେତେବେଳେ ଏହି ମଶାମାନଙ୍କୁ ବାୟୁରେ ଛାଡିଦିଆଯାଏ । ସେତେବେଳେ ସେମାନେ ମହିଳାଙ୍କ ସହ ମିଶିବେ । ଏହା ଦ୍ୱାରା ପୁରୁଷ ମଶାର ଜିନ ମହିଳାଙ୍କ ନିକଟରେ ପହଞ୍ଚିବ । ସେମାନଙ୍କଠୁ ଜାତ ମହିଳା ମଶା ବୟସ୍କ ହେବା ପୂର୍ବରୁ ମରିଯିବେ ।

ଗତବର୍ଷ ଏହାର ପରୀକ୍ଷା କରାଯାଇଛି । ପରୀକ୍ଷା ସମୟରେ ପ୍ଲୋରିଡା ଠାରେ ଲକ୍ଷଲକ୍ଷ ମଶାମୁକ୍ତ ହୋଇଥିଲେ । ଏହାର ଫଳାଫଳ ପ୍ରଭାବଶାଳୀ ବୋଲି ଜଣାପଡିଛି । ପରୀକ୍ଷା ପରେ ଏହି ଯୋଜନା ଏନଭାଇରନମେଣ୍ଟାଲ ପ୍ରୋଟେକ୍ସନ ଏଜେନ୍ସି ବା ଇପିଏର ଅନୁମୋଦନ ଲାଭ କରିଛ ି। ବର୍ତ୍ତମାନ ୨୦୨୨ରୁ ୨୦୨୪ମଧ୍ୟରେ ୨୪୦କୋଟି ଏଭଳି ମଶା ସବୁ ମୁକ୍ତ ହେବେ । ଏହା ମଧ୍ୟରୁ ପ୍ଲୋରିଡାଠାରେ ୨୦୦ନିୟୁତ ମଶା ଏବଂ କାଲିଫର୍ଣ୍ଣିଆରେ ୪୦୦ନିୟୁତ ମଶା ମୁକ୍ତ ହେବେ ।

ଲ୍ୟାବରେ ତିଆରି ହେଉଥିବା ନୂଆ ମଶା ମଣିଷ ପାଇଁ କେତେ ବିପଜ୍ଜନକ । କମ୍ପାନୀ ଏହାକୁ ନେଇ କହିଛି କି ଏହି ମଶାମାନେ ନିରାପଦ । ଏହା ସମଗ୍ର ଇକୋ ସିଷ୍ଟମ ପାଇଁ କୌଣସି ପ୍ରକାର ବିପଦ ସୃଷ୍ଟି କରେନାହିଁ। ଗତବର୍ଷ ଏହି ପରୀକ୍ଷଣର ଫଳାଫଳ ବାହାରକୁ ଆସିବା ପରେ ଇପିଏ ଅନୁମୋଦନ ପାଇବା ପରେ ହିଁ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରାଯାଇଛି ।

ଇପିଏ ଏପର୍ଯନ୍ତ ଅକ୍ସିଟେକର ପରୀକ୍ଷଣରୁ ତଥ୍ୟ ସାର୍ବଜନୀନ କରିନାହିଁ । କିମ୍ବା ଏହାର ବିପଦ ବିଷୟରେ କୌଣସି ଅଫିସିଆଲ ବିବୃତ୍ତି ଦେଇନାହିଁ । ତଥାପି ବୈଜ୍ଞାନିକମାନେ କହିଛନ୍ତି ଯେ ଇପିଏ ନିଜେ ଏହାର ସମୀକ୍ଷା କରିବା ଉଚିତ ତା ସହ ସୂଚନା ପ୍ରକାଶ କରିବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.