ବଢ଼ିଲା ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ

ନ୍ୟୁୟର୍କ : ବଢ଼ିଲା ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ । ଚୀନରୁ ଉତ୍ପାଦନ ହୋଇ ଆମେରିକା ବଜାରରେ ବିକ୍ରି ହେଉଥିବା ପ୍ରାୟ ୬ ହଜାର ସାମଗ୍ରୀ ଉପରେ ଟିକସ ବଢ଼ାଇଛନ୍ତି ଟ୍ରମ୍ପ ସରକାର । ଏସବୁ ସାମଗ୍ରୀ ଉପରେ ୧୦ରୁ ୨୫ ପ୍ରତିଶତ ଟିକସ ବୃଦ୍ଧି ହୋଇଛି । ଆସନ୍ତା ୨୪ ତାରିଖରୁ ଏହି ନୂଆ ଟିକସ ଲାଗୁ ହେବ । ଦେଶରେ ଚୀନ୍ ଉତ୍ପାଦିତ ସାମଗ୍ରୀ ବିକ୍ରିକୁ ନିରୁତ୍ସାହିତ କରିବା ଲାଗି ଆମେରିକା ସରକାର ଏଭଳି ପଦକ୍ଷେପ ଇେଛନ୍ତି । ଚାଉଳ, ହ୍ୟାଣ୍ଡବ୍ୟାଗ, ପୋଷାକ କପଡ଼ା ଆଦି ସାମଗ୍ରୀ ଉପରେ ଅଧିକ ଟିକସ ଲାଗୁ କରାଯାଇଛି । ତେବେ ସ୍ମାର୍ଟ ଘଣ୍ଟା ଭଳି କଚଛି ଜିନିଷକୁ ଏଥିରୁ ମୁକ୍ତ ରଖା ଯାଇଛି । ଚୀନର ବେଆଇନ ବାଣିଜ୍ୟ କାରବାରକୁ ବିରୋଧ କରି ଆମେରିକା ଏଭଳି କରିଛି । ଯଦି ଚୀନ୍ ସରକାର ଏଭଳି କାର୍ଯ୍ୟ ଆଗକୁ ବି ଜାରି ରଖନ୍ତି ତେବେ ଟିକସ ପରିମାଣ ଆହୁରି ବଢ଼ାଇ ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.