ୟୁକ୍ରେନ୍‌ ପାଇଁ ଆମେରିକାର ୨.୧୭ ବିଲିୟନ ଡଲାରର ସୁରକ୍ଷା ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଳୀ : ୟୁକ୍ରେନ୍‌କୁ ପୁଣି ଆମେରିକାର ବଡ଼ ସାମରିକ ସହାୟତା ଘୋଷଣା କରିଛି । ୨.୧୭ ବିଲିୟନ ଡଲାରର ସୁରକ୍ଷା ପ୍ୟାକେଜ୍‌ ଘୋଷଣା କରିଛି ଆମେରିକା । ଏଥିରେ ଅଛି ହିମାର୍ସ ମଲ୍ଟିପୁଲ ରକେଟ୍‌ ଲଞ୍ଚର ଏବଂ ଜାଭେଲିନ୍‌ ଆଣ୍ଟି ଟ୍ୟାଙ୍କ ଯୁଦ୍ଧାସ୍ତ୍ର ପାଇଁ ଲଙ୍ଗ୍‌ ରେଞ୍ଜ ‘ଗ୍ରାଉଣ୍ଡ ଲଞ୍ଚଡ୍‌ ସ୍ମଲ୍‌ ଡାଏମିଟର ବମ୍‌ ମିସାଇଲ୍‌’ । ଏନେଇ ପେଣ୍ଟାଗନ୍‌ ମୁଖପାତ୍ର ପାଟ୍ରିକ୍‌ ରାଇଡର୍‌ ସୂଚନା ଦେଇଛନ୍ତି । ୟୁକ୍ରେନ୍‌ ତାର ଲୋକଙ୍କୁ ସୁରକ୍ଷା ଦେବାରେ ଏହି ସାମରିକ ସହାୟତା ବେସ୍‌ ସହାୟକ ହେବ ।

ରୁଷ ବିରୋଧରେ ଯୁଦ୍ଧ ଲଢିବାକୁ ବିଦେଶୀ ଅସ୍ତ୍ରଶସ୍ତ୍ର ଆବଶ୍ୟକ ପଡୁଥିବା ବେଳେ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶ ସାମରିକ ସହାୟତା ଯୋଗାଇ ଆସୁଛନ୍ତି । ପୂର୍ବରୁ ୟୁକ୍ରେନ୍‌କୁ ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ୍‌ ଯୋଗାଇଛି ଆମେରିକା । ହକ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ଓ ଆଭେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ୍‌ ପାଇଁ ମିସାଇଲ ଯୋଗାଇଛି । ଆମେରିକାର ନୂଆ ସାମରିକ ସହାୟତା ନେଇ ଧନ୍ୟବାଦ ଜଣାଇଛନ୍ତି ଜେଲନ୍‌ସ୍କି । କହିଛନ୍ତି, ଏହା ସୈନ୍ୟ ଶକ୍ତିକୁ ଆହୁରି ସୁଦୃଢ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.