ଦେଶ ବିଦେଶ

ଭାରତ ଗସ୍ତରେ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସପାର ଓ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ,ଆସନ୍ତା କାଲି ପୂର୍ବ ଲଦାଖରେ ସୀମା ଉତ୍ତେଜନା ପ୍ରସଙ୍ଗରେ କରିବେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ଭାରତରେ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସପାର ଓ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ । ଆସନ୍ତାକାଲି ଟୁ ପ୍ଲସ୍‌ ଟୁ ଆଲୋଚନା । ଦୁଇ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ଦୁଇ ଆମେରିକୀୟ ନେତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଲୋଚନା କରିବେ ଏସ୍‌ପାର ଓ ପମ୍ପିଓ । ଫୋକସ୍‌ରେ ରହିବ ଚୀନ୍‌ । ଚୀନ୍‌ର ପ୍ରଭାବ ପ୍ରତିହତ କରିବା ନେଇ ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କ, ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ । ଏହା ଛଡ଼ା କେତେକ ପ୍ରମୁଖ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ।

ପୂର୍ବ ଲଦାଖରେ ସୀମା ଉତ୍ତେଜନା ପ୍ରସଙ୍ଗରେ ଆଲୋଚନା ହେବା ନେଇ ଭାରତ ଗସ୍ତ ପୂର୍ବରୁ ସୂଚନା ଦେଇଥିଲେ ମାଇକ୍‌ ପମ୍ପିଓ । ଦକ୍ଷିଣ ଚୀନ୍‌ ସାଗରକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଥିବା ବେଳେ ଲଦାଖ ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇ ଆସୁଛି ଆମେରିକା । ଆସନ୍ତାକାଲି ଟୁ ପ୍ଲସ୍‌ ଟୁ ଆଲୋଚନା ପୂର୍ବରୁ ଆଜି ମାର୍କ ଏସପାରଙ୍କ ସହ ଆଲୋଚନା କରିଛନ୍ତି ରାଜନାଥ ସିଂ । ଗୁଇନ୍ଦା ତଥ୍ୟ ବିନିମୟ ଏବଂ ପ୍ରତିରକ୍ଷା ସହଯୋଗ ନେଇ ଆଲୋଚନା ହୋଇଛି । ଏହି ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଏସପାର୍‌ ଓ ପମ୍ପିଓ ଭେଟିବା କାର୍ଯ୍ୟକ୍ରମ ରହିଛି ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

30 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

45 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

60 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago