ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କୁ ଭିସା ଦେବାକୁ ମନା କଲା ଆମେରିକା

ଅଯୋଧ୍ୟାରେ ରାମଲାଲାଙ୍କ ମୂର୍ତ୍ତି ତିଆରି କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କୁ ଆମେରିକା ଭିସା ଦେବାକୁ ମନା କରିଦେଇଛି । ଏଥିପାଇଁ ଆମେରିକା କୌଣସି ଠୋସ୍‌ କାରଣ ମଧ୍ୟ ଜଣାଇ ନାହିଁ । ଅରୁଣ ୨୦ ଦିନିଆ ଯାତ୍ରାରେ ଆମେରିକା ଯିବାର ଥିଲା ।

ସେ ୧୨ତମ AKKA ଓ୍ଵାର୍ଲ୍ଡ କନ୍ନଡ଼ ସମ୍ମିଳନୀରେ ଯୋଗଦେବାକୁ ଆମେରିକା ଯାଇଥାଆନ୍ତେ । ଏହି ସମ୍ମିଳନୀ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଭର୍ଜିନିଆର ରିଚମଣ୍ଡ କନ୍‌ଭେନସନ ସେଣ୍ଟରରେ ଆୟୋଜନ ହେବ ।

ରିପୋର୍ଟ ମୁତାବକ, ଅରୁଣ ଯୋଗୀରାଜଙ୍କ ପରିବାର ଭିସା ଦିଆ ନ ଯିବାକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି । ପରିବାରର କହିବା ହେଲା, ଅରୁଣଙ୍କ ପତ୍ନୀ ସମ୍ମିଳନୀ ପାଇଁ ପୂର୍ବରୁ ହିଁ ଆମେରିକାରେ ଅଛନ୍ତି । ଏମିତିରେ ଅରୁଣଙ୍କୁ ଭିସା ନ ମିଳିବା ଅପ୍ରତ୍ୟାଶିତ ।

ମୂର୍ତ୍ତିକାର ଅରୁଣ ଯୋଗୀରାଜ ଆମେରିକା ଯିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଥିଲେ । ସେ ମଧ୍ୟ ଆମେରିକା ଦ୍ୱାରା ଭିସା ପ୍ରତ୍ୟାଖ୍ୟାନକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ମୁଁ କୌଣସି କାରଣ ଜାଣିନାହିଁ । କିନ୍ତୁ ଭିସା ସମ୍ବନ୍ଧିତ ସମସ୍ତ ଡକ୍ୟୁମେଣ୍ଟ ମୁଁ ଦାଖଲ କରିଦେଇଥିଲି ।

କହି ରଖୁଛୁ, AKKA ଓ୍ଵାର୍ଲ୍ଡ କନ୍ନଡ଼ ସମ୍ମିଳନୀ ବର୍ଷରେ ଦୁଇଥର ଆୟୋଜନ ହୋଇଥାଏ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା, ଆମେରିକା ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଗୋଟିଏ ଜାଗାରେ ଏକାଠି କରାଇବା ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।