ଦେଶ ବିଦେଶ

ନିଜକୁ ଧର୍ମ ପ୍ରଚାରକ କହୁଥିବା ଠକ ବ୍ୟକ୍ତି ୨୦ ଝିଅଙ୍କୁ କଲା ଦୁଷ୍କର୍ମ, ନିଜ ୯ ବର୍ଷର ଝିଅକୁ ବି ଛାଡିଲା ନାହିଁ

ଏପରି ଏକ ଘୃଣ୍ୟ ଓ ଲଜ୍ଜାଜନକ ଖବର ଶୁଣିଲେ କାହାର ବି ଦେହ ଥରି ଉଠିବ । ଅମାନବିକତାର ସମସ୍ତ ସୀମା ଲଂଘିଥିବା ଏହି ଠକ ବ୍ୟକ୍ତି ଜଣକ ନିଜକୁ ଭଗବାନଙ୍କର ଦୂତ ବୋଲି ଦାବି କରି ୨୦ ନାବାଳିକାଙ୍କ ସହ ଦୁଷ୍କର୍ମ କରିଛି । ଖାଲି ସେତିକି ନୁହେଁ ନିଜ ୯ ବର୍ଷର ଝିଅ ସହ ମଧ୍ୟ ଯୌନ ସମ୍ପର୍କ ରଖିଥିବା ପୋଲିସ କହିଛି । ଏହି ଘଟଣା ଘଟିଛି ଆମେରିକାର ଓ୍ଵାଶିଂଟନରେ । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ସାମୁଏଲ ରାପିଲ ବେଟମେନ ।

ରିପୋର୍ଟ ଅନୁଯାୟୀ, ସାମୁଏଲ (୪୬) ଓ୍ଵଶିଂଟନରେ ରହେ । ୨୦୧୯ ରେ ନିଜର ୫୦ ଜଣ ଅନୁଗାମୀ ସୃଷ୍ଟି କରି ନିଜକୁ ଧର୍ମ ପ୍ରଚାରକ ଭାବେ ପରିଚୟ ଦେଇଥିଲା । ଏପରିକି ୨୦ ଜଣ ନାବାଳିକା ଝିଅଙ୍କୁ ବିବାହ କରି ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲା । ଏହି ଝିଅମାନଙ୍କ ମଧ୍ୟରେ ଅଧିକାଂଶ ପ୍ରାୟ ୧୫ ବର୍ଷ ବୟସର ବୋଲି ଜଣାଯାଇଛି ।

ଖାଲି ସେତିକି ନୁହେଁ ଏମାନଙ୍କ ସହ ଦୁଷ୍କର୍ମ କରିବା ପରେ ଏମାନଙ୍କୁ ଯୌନ ଶୋଷଣ କାର୍ଯ୍ୟରେ ଜବରଦସ୍ତ ଲଗାଉଥିଲା । ଖାଲି ସେତିକି ନୁହେଁ ନିଜ ୯ ବର୍ଷର ଝିଅକୁ ମଧ୍ୟ ଯୌନ ଶୋଷଣର ଶିକାର ବନାଇଥିଲା । ନିଜର ୩ ଜଣ ଅନୁଗାମୀଙ୍କୁ ଝିଅ ସହ ଯୌନ ସମ୍ପର୍କ ରଖିବାକୁ ନିର୍ଦ୍ଦେଶ ଦେଇଥିଲା । ନିଜେ ଏହି କାର୍ଯ୍ୟକୁ ଦେଖୁଥିଲା ।

ସାମୁଏଲ ଦାବି କରିଥିଲା ଯେ ଏମାନେ ଭଗବାନଙ୍କ ପାଇ ନିଜର ଗୁଣ ତ୍ୟାଗ କରିଛନ୍ତି । ଭଗବାନ ତାଙ୍କର ଶରୀରକୁ ଠିକ କରିଦେବେ । ଭଗବାନ ପୁଣି ତାଙ୍କୁ ତାଙ୍କର ସତୀଚ୍ଛେଦ ଫେରାଇଦେବେ । ସାମୁଏଲ ନାମରେ ବିଭିନ୍ନ ମାମଲା ରହିଛି ।

ସାମୁଏଲକୁ ପୋଲିସ ୨୮ ଅଗଷ୍ଟ ୨୦୨୨ ରେ ଗିରଫ କରିଥିଲା । ହେଲେ ସେ ଜେଲରୁ ମୁକୁଳି ଯାଇଥିଲା । ୧୩ ସେପ୍ଟେମ୍ବର ରେ ପୁଲିସ ପୁଣି ତାକୁ ଗିରଫ କରିଛି । ତା ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କ ରି ତାକୁ ଜେଲ ହାଜତକୁ ପଠାଇ ଦେଇଛି ।

Niharanjan

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

3 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

6 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

13 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

38 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

48 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago