ୟୁକ୍ରେନ୍‌ ପାଇଁ ୩ ଲକ୍ଷ କୋଟି ସହାୟତା ଘୋଷଣା କଲା ଆମେରିକା, ଧନ୍ୟବାଦ ଜଣାଇଲେ ଜେଲେନ୍‌ସ୍କି

ୟୁକ୍ରେନ୍‌ ପାଇଁ ୩ ଲକ୍ଷ କୋଟି ସହାୟତା ଘୋଷଣା କଲା ଆମେରିକା। ଆମେରିକା ସିନେଟରେ ୟୁକ୍ରେନ୍‌ ସହାୟତାକୁ ମଞ୍ଜୁରୀ ମିଳିଲା। ୟୁକ୍ରେନକୁ ୩ ଲକ୍ଷ କୋଟିର ଆମେରିକା ସହାୟତା ମିଳିବ। ଏଥିରେ ସାମରିକ ଓ ମାନବୀୟ ସହାୟତା ସାମିଲ ଅଛି। ଏ ନେଇ ଆମେରିକା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଅନ୍ୟପଟେ ଆମେରିକାର ଏହି ୩ ଲକ୍ଷ କୋଟି ଟଙ୍କାର ସହାୟତାକୁ ଜେଲେନସ୍କି ପ୍ରଶଂସା କରିଛନ୍ତି। ଏହି ୩ ଲକ୍ଷ କୋଟି ସହାୟତା ୟୁକ୍ରେନର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ବାଇଡେନଙ୍କ ମଞ୍ଜୁରୀ ମିଳିଗଲେ ତାଙ୍କ ଦୋକୁ ତୁରନ୍ତ ଏହି ସାହାଯ୍ୟ ମିଳିବ ବୋଲି କହିଛନ୍ତି ଜେଲେନସ୍କି।


ସୂଚନାଯୋଗ୍ୟ ଯେ ଏବେ ପୂର୍ବ ଓ ଦକ୍ଷିଣ ୟୁକ୍ରେନ୍‌ରେ ଭୟଙ୍କର ଭାବେ ଲଢ଼େଇ ଜାରି ରହିଛି। ରୁଷ୍‌ ଆକ୍ରମଣରେ ଛାରଖାର ହୋଇଯାଇଛି ଲୁହାନସ୍କର ରୁବିଜନେ ସହର। ରୁଷ୍‌ ଆକ୍ରମଣ ପରେ ଧ୍ୱଂସ ହୋଇଛି ଅନେକ ବିଲ୍ଡିଂ। ଲୁହାନସ୍କ ପରେ ସେଭରଡୋନେସ୍କ ଓ ଲିସୟାନସ୍କ ଆଡକୁ ମୁହାଁଇଛି ରୁଷ ସୈନ୍ୟ। ସେଠାରେ ଜୋରଦାର ବୋମା ମାଡ଼ କରୁଛି ରୁଷ୍‌। ଡୋନବାସ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଡୋନବାସ ଓ ଲୁହାନସ୍କରେ ବୋମାମାଡ଼ କାରଣରୁ ଗତ ୨୪ ଘଣ୍ଟାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

Also Read: ଉଡ଼ାଣ ଭରୁ ଭରୁ ମଝି ଆକାଶରେ ବନ୍ଦ ହୋଇଗଲା ବିମାନ ଇଞ୍ଜିନ୍‌, ଏୟାର ଇଣ୍ଡିଆର ଏମରଜେନ୍ସି ଲ୍ୟାଣ୍ଡିଂ କଲେ ପାଇଲଟ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.