‘ଆମେରିକା-ଭାରତ ବିଶ୍ୱର ନୂଆ AI ଶକ୍ତି’: ନ୍ୟୁୟର୍କରେ ଭାରତୀୟଙ୍କୁ କହିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କର ନାସାଉ କୋଲେଜିୟମରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ସେ ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ‘ବିଶ୍ୱ ପାଇଁ AI ର ଅର୍ଥ ହେଉଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, କିନ୍ତୁ ମୁଁ ମାନୁଛି କି, AI ର ଅର୍ଥ ଆମେରିକୀୟ-ଭାରତୀୟ । ଆମେରିକା ଭାରତର ଏକ ଆତ୍ମା’।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏହା ହେଉଛି ଆମେରିକୀୟ-ଭାରତୀୟ ଆତ୍ମା ଏବଂ ଏହା ହିଁ ହେଉଛି ବିଶ୍ୱର AI ଶକ୍ତି । ଏହି AI ସ୍ପିରିଟ୍‌ ଭାରତ ଓ ଆମେରିକା ସମ୍ପର୍କକୁ ନୂଆ ଉଚ୍ଚତା ଦେଉଛି । ମୁଁ ଭାରତୀୟ ସମ୍ପ୍ରଦାୟକୁ ସାଲ୍ୟୁଟ କରୁଛି । ୨୦୦୪ର ଏହି ବର୍ଷ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପଟେ ବିଶ୍ୱର ଅନେକ ଦେଶ ମଧ୍ୟରେ ସଂଘର୍ଷ ଏବଂ ତିକ୍ତତା ଥିବାବେଳେ ଅନ୍ୟ ପଟେ ଅନେକ ଦେଶରେ ଗଣତନ୍ତ୍ରର ଉତ୍ସବ ପାଳନ କରାଯାଉଛି । ଭାରତ ଏବଂ ଆମେରିକା ମଧ୍ୟ ଗଣତନ୍ତ୍ରର ଉତ୍ସବରେ ଏକାଠି ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ କହିଛନ୍ତି ଯେ ଗତକାଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୋତେ ତାଙ୍କ ଘରକୁ ନେଇଥିଲେ । ଏହି ସମ୍ମାନ ଆପଣଙ୍କର, ଏଠାରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କର । ମୁଁ ରାଷ୍ଟ୍ରପତି ବାଇଡେନ ଏବଂ ଆପଣଙ୍କୁ କୃତଜ୍ଞତା ଜଣାଇବି । ଏଠାରେ ଆମେରିକାରେ ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତରେ ନିର୍ବାଚନ ହୋଇସାରିଛି । ଭାରତରେ ହୋଇଥିବା ନିର୍ବାଚନ ମାନବ ଇତିହାସର ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ନିର୍ବାଚନ ଥିଲା ।

ମୋଦି କହିଛନ୍ତି, କିଛି ଦିନ ପୂର୍ବେ ଏଠାରେ ଟି-୨୦ କ୍ରିକେଟ ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା । ୟୁଏସ୍‌ଏ ଦଳ ଆଶ୍ଚର୍ଯ୍ୟଜନକ ଭାବେ ଖେଳିଲା, ସେହି ଦଳରେ ଏଠାରେ ଥିବା ଭାରତୀୟଙ୍କର ଯାହା ଯୋଗଦାନ ଥିଲା, ତାହାକୁ ବିଶ୍ୱ ଦେଖିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like